ଅଫୁଟା ବାଣ ହାତରେ ଧରିବା କ୍ଷଣି ହେଲା ଜୋରଦାର ବିସ୍ଫୋରଣ ! ଚାଲିଗଲା କୁନି ପୁଅର ଜୀବନ ।

156

ଆଗକୁ ଆସୁଛି ଦୀପାବଳୀ । ଏବେ ଠାରୁ ସରକାର ଏବଂ ପ୍ରଶାସନ ପକ୍ଷରୁ ବାଣକୁ ନେଇ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି । ତେବେ ବାଣ କେତେ ଯେ, ଭୟଙ୍କର ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେକିବାକୁ ମିଳିଛି ମହାରାଷ୍ଟ୍ର ଠାରେ । ଛୋଟ ପିଲାଟିର ମୁହଁ ପାଖରେ ସୁତୁଲି ବୋମା ଫାଟିଯିବା ଫଳରେ ତାର ମୃତ୍ୟୁ ହୋଇଛି । ୬ ବର୍ଷୀୟ ୟଶ ଗବତେ ଦ୍ୱିପହର ସମୟରେ ଘର ବାହାରେ ଦିଆସିଲି ସହ ଖେଳୁଥିଲା । ଆଉ ସେତେବେଳେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା ।

ସୂଚନା ଅନୁଯାୟୀ, ଖେଳୁଥିବା ସମୟରେ ୟଶ ଘରକୁ ଆସିଥିଲା । ଏବଂ ଦିଆସିଲି ନେଇ ଘରୁ ବାହାରକୁ ଯାଇଥିଲା । ସେତେବଳେ ୟଶର ବାପା ଖାଉଥିଲେ । ଏବଂ ଅଚାନକ ତାଙ୍କୁ ଶୁଣାଯାଇଥିଲା ଭୟଙ୍କର  ବିସ୍ଫୋରଣର ଶବ୍ଦ । ଏହାପରେ ସେ ଘରି ବାହାରକୁ ଯାଇ ଦେଖିବାରୁ ସ୍ତବ୍ଧ ହୋଇଯାଇଥିଲେ । ବାହାରେ ୟଶ ରକ୍ତରେ ଜୁଡୁବୁଡୁ ହୋଇ ପଡି ରହିଥିଲା । ଏହାପରେ ୟଶକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ଏବଂ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ ୟଶଙ୍କ ବାପାଙ୍କ କହିବା ଅନୁସାରେ, ୟଶ ବାହାରେ ଖେଳୁଥିଲା । ବମ୍ ତାକୁ କେଉଁଠୁ ମିଳିଲା ସେନେଇ କାହା ପାଖରେ କିଛି ସୂଚନା ନାହିଁ । ତେବେ ୟଶର ବାପା ଗୁହାରି କରିଛନ୍ତି ଯେ, ବାଣ ବିକ୍ରେତା ମାନେ ଛୋଟ ପିଲାମାନଙ୍କୁ ବାଣ ବିକନ୍ତୁ ନାହିଁ । ଏବଂ ବାପା ମା ମାନେ ମଧ୍ୟ ଛୋଟ ପିଲାଙ୍କୁ ବାଣ କିଣିବା ପାଇଁ ଟଙ୍କା ଦିଅନ୍ତୁ ନାହିଁ ।