କନକବ୍ୟୁରୋ:କୂଅରେ ବୁଡି ଜଣେ ଶିଶୁ ମୃତ ,ଜଣେ ଶିଶୁ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେନାଖାଲପଡ଼ା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ଘର ନିକଟରେ ଥିବା ଏକ କୂଅ ପାଖରେ ଦୁଇ ଶିଶୁ ଖେଳୁଥିବା ବଳେ କୂଅରେ ପଡିଯାଇଥିଲେ। ପରିବାର ଲୋକେ ଜାଣିବା ପରେ ସଙ୍ଗେ ସଙ୍ଗେ ଦୁଇ ଶିଶୁକୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭ ବର୍ଷର ଏକ ଶିଶୁର ମୃତ୍ୟୁ ହୋଇଛି। ଅଗ୍ନିଶମ ବିଭାଗ ଦ୍ୱାରା ମୃତ ଦେହ ଉଦ୍ଧାର କରାଯାଇଥିବା ପୋଲିସ ସୁଚନା ଦେଇଛି। ମୃତ ଶିଶୁ ପିଣ୍ଟୁ ନାଏକଙ୍କ ପୁଅ ପ୍ରିନ୍ସ ନାଏକ ବୋଲି ଜଣା ପଡିଛି।
କୂଅରେ ବୁଡ଼ି ଶିଶୁ ମୃତ, ଭବାନୀପାଟଣା ଜେନାଖାଲପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।
/kanak/media/post_attachments/wp-content/uploads/2024/07/pic.jpg)