ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ମିଲେଟକୁ ପ୍ରଧାନ୍ୟ ଦେଇଥିବାରୁ ଖୁସି ପ୍ରକାଶ କଲେ ନବୀନ

584

କନକ ବ୍ୟୁରୋ: ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟରେ କିଛି ଭଲ ଦିଗ ରହିଛି । ଯାହାକୁ ପ୍ରଶଂସା କରିବା ଆବଶ୍ୟକ । ଆଉ କିଛି ଦିଗ ପ୍ରତି ଦୃଷ୍ଟି ଦେବା ଦରକାର ଥିଲା । ବଜେଟରେ କିଛି ଆଶା କିଛି ନିରାଶା ରହିଛି । ମିଲେଟକୁ ପ୍ରାଧାନ୍ୟ ଦେଇଥିବାରୁ ମୁଁ ଖୁସୀ ଅଛି । କିନ୍ତୁ ମନରେଗା ପାଣ୍ଠି, ଧାନ କିଣା ହ୍ରାସକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁଞ୍ଜିନିବେଶ, ପାନୀୟ ଜଳ, ଗୃହ ନିର୍ମାଣକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।