କନକ ବ୍ୟୁରୋ : ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ । ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ଏନେଇ ଟ୍ୱିଟ କରି ସୂଚନା ଦେଲେ ପୁଅ ଅଖିଳେଶ ଯାଦବ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅଗଷ୍ଟ ୨୨ ତାରିଖରେ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଅକ୍ଟୋବର ୧ ତାରିଖରେ ସ୍ୱାସ୍ଥ୍ୟରେ ଅବନତି ପାଇଁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ।

Advertisment

୧୯୩୯ ମସିହାରେ ଉତ୍ତରପ୍ରଦେଶର ଇଟାବା ଜିଲ୍ଲାର ସେଫଇରେ ଜନ୍ମ ହୋଇଥିଲେ ମୁଲାୟମ । ୧୯୬୭ରେ ସୋଶଲିଷ୍ଟ ପାର୍ଟିର ସବୁଠାରୁ କମ୍ ବୟସର ବିଧାୟକ ହୋଇଥିଲେ । ୧୯୮୯ରୁ ୩ଥର ମୁଖ୍ୟମନ୍ତ୍ରୀ ଥିଲେ । ଏହା ପରେ ତାଙ୍କ ପୁଅ ଅଖିଳେଶ ଯାଦବ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ୭ ଥର ସଂସଦକୁ ନିର୍ବାଚିତ ହୋଇଥିଲେ ମୁଲାୟମ ।

ଚାଲିଗଲେ ‘ନେତାଜୀ’

- ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ
- ଭାରତୀୟ ରାଜନୀତିରେ ଏକ ଯୁଗର ଅବସାନ ହୋଇଛି
- ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି
- ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା
- ଉତରପ୍ରଦେଶରେ ୩ଥର ମୁଖ୍ୟମନ୍ତ୍ରୀ ଥିଲେ ମୁଲାୟମ
- ୧୯୮୯ରେ ପ୍ରଥମ ଥର ପାଇଁ ହୋଇଥିଲେ ମୁଖ୍ୟମନ୍ତ୍ରୀ
- ୧୯୯୩ରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ
- ୨୦୦୩ରୁ ୨୦୦୭ ଯାଏଁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ
- ୟୁପିରୁ ୮ ଥର ବିଧାୟକ ହୋଇଥିଲେ ମୁଲାୟମ ସିଂ ଯାଦବ
- ୧୯୯୬ରେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ
- ୭ ଥର ସଂସଦକୁ ନିର୍ବାଚିତ ହୋଇଥିଲେ
- ୨୦୦୭ରୁ ୨୦୦୯ ଯାଏଁ ବିରୋଧୀଦଳ ନେତା ଥିଲେ ମୁଲାୟମ
- ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ତୁଲାଇଥିଲେ ଦାୟିତ୍ୱ
- ମୁଲାୟମଙ୍କ ଦେହାନ୍ତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ
- ଉତ୍ତରପ୍ରଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ
- ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର