ଦିବ୍ୟାଙ୍ଗଙ୍କ ମହାନତା ! ମାନବିକତା ଆଗରେ ହାର ମାନିଲା ଶାରୀରିକ ଅକ୍ଷମତା, ନଦୀକୁ ଡ଼େଇଁ ଯୁବତୀଙ୍କ ଜୀବନ ବଞ୍ଚାଇଲେ ଲକ୍ଷ୍ନୌର କଲାମ୍

49

ଦିବ୍ୟାଙ୍ଗ ହେଲେ ମଧ୍ୟ ଅନେକ ଲୋକ ଏପରି ଥାଆନ୍ତି ଯେଉଁମାନେ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତି । ସକ୍ଷମ ଲୋକଙ୍କ ଅପେକ୍ଷା ଅଧିକ ସ୍ଥିର ତଥା ମହଜୁତ ବୋଲି ପ୍ରମାଣ ଦେଖାନ୍ତି । କେବଳ ଯେ ସକ୍ଷମ ତଥା ଧନୀ ଲୋକମାନେ ସାହଯ୍ୟ କରନ୍ତି ତା’ନୁହେଁ ଦିବ୍ୟାଙ୍କ ମନରେ ମଧ୍ୟ ଥାଏ ସାହାଯ୍ୟ ମନୋବୃତ୍ତି । ତେବେ ଏସବୁ ମଶିଷଙ୍କ ବିବେକ ତଥା ମାନସିକତା ଉପରେ ନିର୍ଭର କରେ । କାହାକୁ ସାହାଯ୍ୟ କରିବା ପାଇଁ ଚାହିଁଲେ ଶାରୀରିକ ଅକ୍ଷମତା ଆପଣଙ୍କୁ ହରାଇ ପାରିବ ନାହିଁ । ନିକଟରେ ଜଣେ ଦିବ୍ୟାଙ୍ଗ ଏପରି କିଛି କରି ସମସ୍ତଙ୍କ ମନ ଜିଣିନେଇଛନ୍ତି । ସକ୍ଷମ ଲୋକଙ୍କ ସାମ୍ନାରେ ନଦୀକୁ ଡ଼େଇଁପଡ଼ିଥିଲେ ଜଣେ ଯୁବତୀ । ଅନେକ ଲୋକ ପାଖରେ ଥିଲେ ମଧ୍ୟ କେହି ବଞ୍ଚାଇବା ପାଇଁ ଆଗକୁ ଆଗେଇ ଆସିନଥିଲେ । ଶେଷରେ ଜୀବନକୁ ପାଣିଛଡ଼ାଇ ନଦୀକୁ ଡେଇଁ ପଡ଼ିଥିଲେ ଦିବ୍ୟାଙ୍ଗ କଲାମ । ଘଟଣାଟି ଘଟିଛି ଲକ୍ଷନୌ ସହରରେ ।

ଦିବ୍ୟାଙ୍ଗଙ୍କ ନାମ ହେଲା କଲାମ୍ । ଦିନେ ରାତିରେ ଫେରିବା ସମୟରେ ଗୋମତୀ ନଦୀ କୂଳରେ ସେ ଲୋକଙ୍କ ଭିଡ଼ ଜମିଥିବାର ଦେଖିବାକୁ ପାଇଲେ । କ’ଣ ହୋଇଛି ବୋଲି ପାଖକୁ ଗଲାପରେ ଜଣାପଡ଼ିଲା ପ୍ରକୃତ ଘଟଣା । ଜଣେ ଯୁବତୀ ନଦୀକୁ ଡେଉଁ ପଡ଼ିଥିଲେ । ଅନେକ ସକ୍ଷମ ଲୋକ ପାଖରେ ଥିଲେ ମଧ୍ୟ ସାହାଯ୍ୟ କରିବା ପାଇଁ କେହି ଆଗେଇ ଆସିନଥିଲେ । ହାତଗୋଡ଼ ଥାଇ ମଧ୍ୟ ଉକ୍ତ ଯୁବତୀକୁ ସାହାଯ୍ୟ କରିବା ପାଇଁ କେହି ପ୍ରସ୍ତୁତ ନଥିଲେ । ତେବେ ଯୁବତୀ ଭାସିଯାଉଥିବାର ଦେଖି କଲାମ କିଛି ନବୁଝିନଶୁଝି ନଦୀକୁ ଡେଇଁ ପଡ଼ିଥିଲେ । ଆଉ ଯୁବତୀଙ୍କ ଜୀବନ ବଞ୍ଚାଇଥିଲେ । ତେବେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ଜୀବନକୁ ପାଣି ଛଡ଼ାଇ ସେ ଏପରି କାମ କରିଥିଲେ । ଅନ୍ୟପଟେ କିଛି ଲୋକ କହୁଥିବାରୁ ସେ ଶୁଣିଲେ କି ସେ ଆମର କେହି ନୁହଁନ୍ତି ତେଣୁ ଆମେ ତାଙ୍କୁ କାହିଁକ ବଞ୍ଚାଇବୁ ।

ତେବେ କଲାମଙ୍କ ଏହି ସାହସିକତା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଣୀ ଲକ୍ଷ୍ମୀବାଇ ପୁରସ୍କାରରେ ସମ୍ମାନିତ କରିଛନ୍ତି । ପୁରସ୍କାର ହାତରେ ଧରି ସେ କହିଛନ୍ତି, ସକ୍ଷମ ଥାଇ ମଧ୍ୟ ଲୋକେ ଉକ୍ତ ଯୁବତୀଙ୍କୁ ସାହାଯ୍ୟ କରିବା ପାଇଁ ଆସିନଥିଲେ, ତେଣୁ ମୋତେ ଏସବୁ କରିବା ପାଇଁ ପଡ଼ିଲା । ସୂଚନା ଅନୁସାରେ ମହିଳା କଲ୍ୟାଣ ବିଭାଗ କଲାମଙ୍କ ପଢ଼ାଖର୍ଚ୍ଚ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଛି  । କଲାମ ନିଜର ଦୁର୍ବଳତା ଆଗରେ ହାର ନମାନି ଯୁବତୀଙ୍କ ଜୀବନ ବଞ୍ଚାଇ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।