ଦୁଇଟି ବଲ୍ ଏବଂ ଦୁଇଟି ପଂଖାର ବିଲ୍ ୭୬ କୋଟି ! ଜାଣନ୍ତୁ କେଉଁଠି

50

କନକ ବ୍ୟୁରୋ : ଦୁଇଟି ବଖରା ଘର, ଦୁଇଟି ବଲ୍ ଏବଂ ଦୁଇଟି ପଂଖା । ହେଲେ ବିଜୁଳି ବିଲ୍ ୭୬ କୋଟି ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି । ହେଲେ ଏଭଳି ଏକ କାରନାମା କରି ଦେଖାଇଛି ଛତିଶଗଡ ବିଦ୍ୟୁତ୍ ବିଭାଗ । ଜଣେ ଗରିବ ଦିନ ମଜୁରିଆଙ୍କ ନିକଟକୁ ପଠାଇଛି ୭୬.୭୩ କୋଟି ଟଙ୍କାର ବିଜୁଳି ବିଲ୍ ।

ଘଟଣାଟି ଘଟିଛି ଛତିଶଗଡ ମହାସମୁଦ୍ ଜିଲ୍ଲାରେ । ଦିନ ମଜୁରିଆ ରାମ୍ ପ୍ରସାଦଙ୍କୁ ଗୋଟିଏ ମାସ ପାଇଁ ଏହି ବିଲ୍ ପଠାଇଛି ବିଦ୍ୟୁତ୍ ବିଭାଗ । ଯାହାକୁ ପାଇବା ମାତ୍ରେ ରାମ୍ ପ୍ରସାଦଙ୍କର ଆଶ୍ଚର୍ଯ୍ୟର ସୀମା ରହିନଥିଲା । ତେବେ ଏହି ଘଟଣା ପରେ ବିଦ୍ୟୁ୍ତ୍ ବିଭାଗ ନିଜ ପ୍ରତିକ୍ରିୟା ରଖିଛି । କହିଛି ରାମ୍ ପ୍ରସାଦଙ୍କ ମିଟରରେ କିଛି ଟେକ୍ନିକାଲ୍ ସମସ୍ୟା ଯୋଗୁଁ ୭୬.୭୩ କୋଟି ଟଙ୍କାର ବିଲ୍ ହୋଇଛି । ଏହି ଘଟଣାରେ ଜଣେ ସିନିୟର୍ କର୍ମଚାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି । ତେବେ ପୁନଃ ବିଲ୍ ଜେନେରେଟ୍ କରାଯାଇଛି ରାମ୍ ପ୍ରସାଦଙ୍କୁ ୧୮୨୦ ଟଙ୍କାର ବିଲ୍ ଦିଆଯାଇଛି ।

ସୌଜନ୍ୟ : ହିନ୍ଦୁସ୍ତାନଟାଇମ୍ସ