ବଢ଼ିଲା ଛତିଶଗଡ ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବଘେଲଙ୍କ ନାଁ, ଜେରା ପାଇଁ ମିଳିପାରେ ସମନ

ବଢ଼ିଲା ଛତିଶଗଡ ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବଘେଲଙ୍କ ନାଁ, ଜେରା ପାଇଁ ମିଳିପାରେ ସମନ

କନକ ବ୍ୟୁରୋ : ମହାଦେବ ବେଟିଂ ଆପ ଦୁର୍ନୀତି ମାମଲାରେ ବଢ଼ୁଛି ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବାଘେଲଙ୍କ ନାଁ ରହିଥିବା ଜଣାପଡିଛି । ଚାର୍ଜସିଟରେ ବଘେଲଙ୍କ ନାଁ ରହିବା ପରେ ଖୁବ ଶିଘ୍ର ସମନ ପଠାଯାଇ ତାଙ୍କୁ ଜେରା ପାଇଁ ଡକାଯାଇପାରେ । ଚାର୍ଜସିଟରେ କୁହାଯାଇଛି ଗିରଫ ଅଭିଯୁକ୍ତ ଅସୀମ ଦାସ ମହାଦେବ ବେଟିଂ ଆପ ପ୍ରମୋଟର ପାଇଁ ଭାରତରେ କାମ କରୁଥିଲା । ଚଢ଼ାଉରେ ତାଙ୍କଠୁ କୋଟି କୋଟି ଟଙ୍କା ଜବତ ରାଯାଇଛି । ୫୦୪କୋଟି ବଘେଲ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରାଯାଇଥିବା ଅଭିଯୋଗ ରହିଛି । ଗିରଫ ପରେ ଅସୀମଙ୍କୁ ଜେରା କରାଯାଉଛି । ଏହି ସମୟରେ ବଘେଲଙ୍କ ନାଁ ନେଇଥିଲା ଅଭିଯୁକ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe