କାୟା ମେଲାଉଛି କରୋନା : ସଂକ୍ରମଣକୁ ଦୃଷ୍ଟରେ ରଖି ଛତିଶଗଡ଼ରେ ସ୍କୁଲ, କଲେଜ୍, ଅଙ୍ଗନବାଡି କେନ୍ଦ୍ର ବନ୍ଦ 

ମଧ୍ୟପ୍ରଦେଶର ୩ ସହରରେ ପ୍ରତି ରବିବାର ଲକଡାଉନ୍ : କର୍ଣ୍ଣାଟକରେ ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ସୂଚନା

111

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି ଦେଶର କରୋନା ସଂକ୍ରମଣ । ୬ଟି ରାଜ୍ୟ ମହାରାଷ୍ଟ୍ର, କେରଳ,ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶରେ କରୋନା ତୀବ୍ର ବେଗରେ ମାଡିଚାଲିଛି । ଦେଶ ତୁଳନାରେ ଏହି ୬ଟି ରାଜ୍ୟରେ ୮୩ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ସେପଟେ ଛତିଶଗଡ ସରକାର କଡା ପଦକ୍ଷେପ ନେଇ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ରକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏକ ଘଟଣାକ୍ରମରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର ଓ ଜବଲପୁରରେ ପ୍ରତ୍ୟେକ ରବିବାର ଦିନ ଲକଡାଉନ ଘୋଷଣା କରାଯାଇଛି ।

ଏହିସବୁ ସହରରେ ୩୧ ମାର୍ଚ୍ଚ ଯାଏଁ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି । ଆଉ ଏହାରି ଭିତରେ ଚୀନରେ ଗୋଟିଏ ଦିନ ପୂର୍ବରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଂଟାରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନ ଅଧିକାରୀମାନେ କହିଛନ୍ତି ଏହି ସମସ୍ତ ଆକ୍ରାନ୍ତ  ବିଦେଶରୁ ଆସିଛନ୍ତି ।