କିଏ ପିନ୍ଧିବ ଛତିଶଗଡ଼ ମୁକୁଟ ? ରବିବାର ବିଧାୟକ ଦଳ ନେବ ନିଷ୍ପତି ।

ଛତିଶଗଡରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ଏବେ ବି ସସ୍ପେନ୍ସ ଜାରି ରହିଛି ।

94

କନକ ବ୍ୟୁରୋ: ଛତିଶଗଡରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ଏବେ ବି ସସ୍ପେନ୍ସ ଜାରି ରହିଛି । ହାତକୁ କ୍ଷମତା ଆସିବା ପରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ମୁଖ୍ୟମନ୍ତ୍ରୀ ଚୟନ ନେଇ କଂଗ୍ରସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଅନେକ କସରତ କରିବାକୁ ପଡିଛି । ତେବେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛି ସାରିବା ପରେ ଏବେ ଜାରି ରହିଛି ଛତିଶଗଡ ଅଙ୍କ କସା ।

ସୂଚନା ଅନୁଯାୟୀ, ଛତିଶଗଡରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାର ନିଷ୍ପତି ନିଆଯାଇଥିଲା । କିନ୍ତୁ ପୁନର୍ବାର ନିଷ୍ପତିକୁ ବଦଳାଇ ଦିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପାଇଁ ଆସନ୍ତା କାଲି ରାୟପୁରରେ ଦିନ ୧୨ଟାରେ ବିଧାୟକ ଦଳଙ୍କ ଏକ ବୈଠକ ବସିବ । ବୈଠକରେ ନିଷ୍ପତି ଚୁଡାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିଲ୍ଲୀରେ ଛତିଶଗଡର ୪ଜଣ ବରିଷ୍ଠ ନେତା ଟି ଏସ ସିଂ ଦେବ, ତାମ୍ରଧ୍ୱଜ ସାହୁ, ଭୁପେଶ ବଧେଲ ଓ ଚରଣ ଦାସ ମହନ୍ତଙ୍କୁ ଭେଟ କରି ଆଲୋଚନା କରିଛନ୍ତି । ତେବେ ଏହି ଚାରିଜଣ ବରିଷ୍ଠ ନେତାମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ତାମ୍ରଧ୍ୱଜ ସାହୁ ଆଗୁଆ ଥିବା ବେଳେ ତାଙ୍କ ପଛରେ ରହିଛନ୍ତି ଭୁପେସ ବଧେଲ । କିନ୍ତୁ ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କୌଣସି ସ୍ପଷ୍ଟ କରାଯାଇନାହିଁ ।