ଅପରେସନ ରାହୁଲ : ସୁଡଙ୍ଗ ଭିତରକୁ ପଶିଲେ ଏନଡିଆରଏଫ୍ ଟିମ୍; ସତର୍କତାର ସହ ବାହାର କରିବାକୁ ଗୁରୁତ୍ୱ

240

କନକ ବ୍ୟୁରୋ : ଛତିଶଗଡ ଜାଞ୍ଜଗିର-ଚାମ୍ପାରେ ରାହୁଲର ଉଦ୍ଧାର କାର୍ଯ୍ୟ ଜାରି । ସୁଡଙ୍ଗ ଭିତରକୁ ଏନଡିଆରଏଫ୍ ଟିମ୍ ପ୍ରବେଶ କରିଛନ୍ତି । ସତର୍କତାର ସହ ରାହୁଲଙ୍କୁ ବାହାର କରିବାକୁ ଗୁରୁତ୍ୱ ଦିଆଯାଉଛି । ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ଉପସ୍ଥିତ ରହିଛନ୍ତି । ରାହୁଲଠାରୁ ୨ ଫୁଟ୍ ଦୂରରେ ଉଦ୍ଧାରକାରୀ ଟିମ୍ ରହିଛନ୍ତି । ମେସିନ୍ ସାହାଯ୍ୟରେ ଚଟାଣକୁ ଡ୍ରିଲିଂ କରାଯାଉଛି । ଭୂତଳ ଜଳସ୍ତର ହ୍ରାସ ପାଇଁ ନଳକୂପ ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଝିରେ ମଝିରେ ଆଖି ପତା ହଲାଉଛି ରାହୁଲ । ୯୦ଘଣ୍ଟା ହେଲା ବୋରୱେଲ ଗାତରେ ଫସିରହିଛି ।

ସୂଚନାଯୋଗ୍ୟ, ୨୦୦୬ରେ ହରିୟାଣା କୁରୁକ୍ଷେତ୍ର ଜିଲ୍ଲାରେ ହଲଧେରି ଗ୍ରାମର ପ୍ରିନ୍ସ ନାକ ଶିଶୁ ଅନୁରୂପ ଭାବେ ଗଭୀର ନଳକୂପରେ ଖସିପଡିଥିଲା । ସେତେବେଳେ ତାହା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା । ତେବେ ସମାନ ପଦ୍ଧତିରେ ବହୁ କଷ୍ଟରେ ପ୍ରିନ୍ସକୁ ଉଦ୍ଧାର କରାଯାଇପାରିଥିଲା । ଏହି ଘଟଣା କିନ୍ତୁ ସମସ୍ତଙ୍କ ନିଦ ହଜାଇ ଦେଇଛି । ଉଦ୍ଧାରକାରୀଦଳ ରାତି ଦିନ ଏକ କରି ରାହୁଲ କିପରି ସୁରକ୍ଷିତ ଭାବେ ଉଦ୍ଧାର ହେବ ଲାଗି ପଡିଛନ୍ତି । ଖରାର ପ୍ରକୋପ ଅଧିକ ରହିଛି । ପାଖାପାଖି ୪୨ ଡିଗ୍ରୀ ତାପମାତ୍ରାରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

ପ୍ଲାନ ‘ଏ’ ଓ ପ୍ଲାନ ‘ବି’ ପ୍ରସ୍ତୁତ କରାଯାଇଥିଲା । ପ୍ଲାନ ଏ ରେ ରାହୁଲର ଅଣ୍ଟାରେ ଦଉଡି ବାନ୍ଧି କେମିତି ସୁରକ୍ଷିତ ଉଦ୍ଧାର ହେବ । ପ୍ଲାନ ଏ ବାରମ୍ବାର ବିଫଳ ହେଲା ପରେ ପ୍ଲାନ ବି ଆରମ୍ଭ ହୋଇଥିଲା । ବର୍ତ୍ତମାନ ପ୍ଲାନ ବି ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ଲାନ ବି ମୁତାବକ ଏଲ ସେପ୍ ଆକାରର ସୁଡଙ୍ଗ କରାଯାଉଛି । ସବୁଠାରୁ ବଡ କଥା ହେଉଛି ରାହୁଲ ଯେଉଁ ସ୍ଥାନରେ ରହିଛନ୍ତି ତାଙ୍କର ଗୋଡ ପଟରୁ ଟନେଲ୍ ଖୋଳାଯାଉଛି । ରାହୁଲଙ୍କ ମୁଣ୍ଡ ପଟେ ଯଦି ସୁଡଙ୍ଗ ଖୋଳାଯାଏ ତାହାଲେ ପଥର ଖସିବା ସହ ତାଙ୍କର ଶରୀରେ ଆଘାତ ଲାଗିବାର ସମ୍ଭାବନା ରହିଛି । ତେଣୁ କୌଶଳ କରି ଖନନ କାର୍ଯ୍ୟ ଜାରି ରହିଛି ।