ଓଡ଼ିଶା ସୀମାରେ ଛତିଶଗଡ଼ ପଶିବା ଘଟଣା : ସୀମାରେ କରୁଥିବା ମନମାନି ପାଇଁ ଭୁଲ ମାଗିଲା ଛତିଶଗଡ ପ୍ରଶାସନ

100

କନକ ବ୍ୟୁରୋ : ମାଲକାନଗିରି ସୀମା ଉପରେ ପଡୋଶୀ ରାଜ୍ୟ ଛତିଶଗଡର ନଜର ଘଟଣା । ସୀମା ଚିହ୍ନଟ ଆଳରେ ୭ଏକର ଜଙ୍ଗଲ କାଟି ସଫା କରିଦେଇଥିବା ଘଟଣାରେ ନିଜ ଭୁଲ ସ୍ୱିକାର କରିଛି ଛତିଶଗଡ । ମାଲକାନଗିରି ମାଥିଲି ବ୍ଲକ ସୀମାନ୍ତ ଅଂଚଳରେ ୭ କିଲୋମିଟର ପରଧି ମଧ୍ୟରେ ସୀମା ଚିହ୍ନଟ ଆଳରେ ଜଙ୍ଗଲ ସଫା କରିଦେଇଥିଲା ଛତିଶଗଡ । ଉଭୟ ରାଜ୍ୟର ଅଧିକାରୀ ଏକାଠି ହୋଇ ଓଡ଼ିଶା ଭିତରେ ପଶିଥିବା ନିଜ ଦୋଷକୁ ସ୍ୱିକାର କରିଛି ଛତିଶଗଡ ।
ସୀମା ଚିହ୍ନଟ ଆଳରେ ଓଡିଶା ଜଙ୍ଗଲକୁ ଲୋପ କରାଉଛି ଛତିଶଗଡ ପ୍ରଶାସନ । କୋଟିଆ ଭଳି ମାଲକାନଗିରି ଜିଲ୍ଲାର ସୀମାନ୍ତବର୍ତୀ ଅଂଚଳରେ ଓଡିଶା ଓ ଛତିଶଗଡକୁ ନେଇ ବିବାଦ ଉଠିଥିଲା । ଖବର ପାଇ ମାଥିଲି ତହସିଲ ଟିମ୍ ପାହାଡ ଡେଇଁ ସମାଧାନ କରିବାକୁ ଯାଇଥିଲେ ।