ଛତିଶଗଡ ସୀମାନ୍ତରୁ ଚୋରା କାଠ ଚାଲାଣ ବେଳେ ଧରାପଡ଼ିଲେ ଶିକ୍ଷକ ରାଏଲା ସୁନୀଲ ଓ ତାଙ୍କ ସହଯୋଗୀ

33

କନକ ବ୍ୟୁରୋ : ଦିନରେ ଶିକ୍ଷକତା ଆଉ ରାତି ହେଲେ ଚୋରା କାଠ ବେପାର । ଏପରି ଜଣେ ଧୂର୍ତ୍ତ ଶିକ୍ଷକ ତଥା କାଠ ମାଫିଆ ଓ ତାର ଜଣେ ସହଯୋଗୀକୁ ଗିରଫ କରିଛି ସୁନ୍ଦରଗଡ ଜିଲ୍ଲା ଉଜ୍ଜଲପୁର ବନବିଭାଗ । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଂଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି । ଛତିଶଗଡ ସୀମାନ୍ତ ଅଂଚଳରୁ ଚୋରା ସାଗୁଆନ କାଠ ଚାଲାଣ ବେଳେ ଶିକ୍ଷକ ରାଏଲା ସୁନୀଲ ଓ ତାଙ୍କ ସହଯୋଗୀ ଧରାପଡିଛନ୍ତି । ଏଥିସହ ବୋଲେରୋରେ ଚାଲାଣ ହେଉଥିବା ୪୩ ଖଣ୍ଡ ସାଗୁଆନ କାଠ ଜବତ କରାଯାଇଛି । ଛତିଶଗଡ ସୀମାନ୍ତ ବାଲିଶଙ୍କରା ବ୍ଲକ ବ୍ରାହ୍ମଣୀମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାଏଲ ସୁନୀଲ ଚୋରା କାଠ ଚାଲାଣ କରୁଥିଲେ । ବନ ବିଭାଗର ଚଢାଉ ସମୟରେ ବହୁବାର ଖସିଯାଇଥିବା ସୁନୀଲ ଏଥର ବନ ବିଭାଗ ହାତରେ ଧରାପଡିଛନ୍ତି ।