ଧର୍ମମାସରେ ନିରାମିଷ ଖାଇବା ପରେ ପାଟିର ଅରୁଚି ଛଡାଇବାକୁ ଆମିଷ ଦୋକାନରେ ଭିଡ଼ ! ଜାଣନ୍ତୁ ରାଜଧାନୀରେ କେତେ ରହିଛି ଆମିଷ ଦର ?

477

କନକ ବ୍ୟୁରୋ : କାର୍ତ୍ତିକ ମାସଯାକ ଧାର୍ମିକ ପାଲଟିଥିବା ଓଡ଼ିଶା ପୂର୍ଣ୍ଣମୀରେ ଡଙ୍ଗା ଭସାଇବା ପରେ ଆମିଷ ବଜାରରେ ଭିଡ଼ ଲଗାଇଛି । ମାସ ତମାମ ମାଛ ମାଂସଠାରୁ ଦୂରେଇ ରହିଥିବା ଲୋକେ ଆଜି ଛାଡଖାଇ ପାଳୁଛନ୍ତି । ଶନିବାର ହୋଇଥିବାରୁ ଉତ୍ସାହ ସାମାନ୍ୟ କମିଛି । କିନ୍ତୁ ଆମିଷ ପ୍ରେମୀ ବାରଅବାର ମାନୁନାହାନ୍ତି । ଛୋଟ ଆୟୋଜନ ହେଉ ପଛେ ଛାଡଖାଇ ପାଳିବାକୁ ପ୍ରସ୍ତୁତି କରିଛନ୍ତି । ଏପରିକି ଶୁକ୍ରବାର ସଂଧ୍ୟାରୁ ଚିଠା ତିଆରି ସରିଛି । କେଉଁଠି ଭଲ ମଟନ୍ ମିଳିବ, ମାଛ ଓ ଚିକେନର ଭେରାଇଟି କେଉଁଠି ଅଧିକ ତାର ସନ୍ଧାନ ସରିଛି । ଆଉ ଗ୍ରାହକଙ୍କ ଉତ୍ସାହକୁ ଦେଖି ଆମିଷ ବଜାରରେ ମଧ୍ୟ ନିଆଁ ଲାଗିଛି ।

bbsr fish market
image courtesy-https://www.telegraphindia.com

ତେବେ ଶନିବାର ଅପେକ୍ଷା ରବିବାର ଅର୍ଥାତ ଆସନ୍ତାକାଲି ଆମିଷ ବଜାରରେ ଭିଡ ଜମିବା ଅନୁମାନ କରାଯାଉଛି । ଛାଡଖାଇ ପାଳିବାକୁ ଗ୍ରାହକଙ୍କ ଭିତରେ ମଟନ୍ ଖାଇବାକୁ ବେଶୀ ଆଗ୍ରହ ରହିଥାଏ । ସେଥିପାଥଁ ବିନା ପାଣିର ଭଲ ଖାସି ମଟନ୍ ପାଇଁ ବେପାରୀଙ୍କୁ ଆଗୁଆ ଅର୍ଡର ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ୩ଶହରୁ ଅଧିକ ମଟନ୍ ଦୋକାନ ଅଛି । ସମସ୍ତେ ରବିବାର ପାଇଁ ଅପେକ୍ଷା କରିଥିବାରୁ ମଟନ୍ ମହଙ୍ଗା ହେବା ଅନୁମାନ କରାଯାଉଛି । ଆଜି ରାଜଧାନୀ ବଜାରରେ ମଟନ୍ କିଲୋ ପିଛା ଦର ୫ଶହ ୫୦ଟଙ୍କା ରହିଛି । କାଲି ଏହା ଆହୁରୀ ବଢିବା ଅନୁମାନ କରାଯାଉଛି । ଏବେ ଆସନ୍ତୁ ଜାଣିବା ରାଜଧାନୀ ଭୁବନେଶ୍ୱରରେ କେଉଁ ଆମିଷର ଦର କେତେ ରହିଛି ।

ଭୁବନେଶ୍ୱରରେ ଆମିଷ ଦର
ମଟନ୍ କିଲୋ – ୫୫୦ ଟଙ୍କା
ଚିକେନ୍ କିଲୋ – ୧୪୦ ଟଙ୍କା
ରୋହି ମାଛ – କିଲୋ ୨୦୦ ଟଙ୍କା
ଚିଙ୍ଗୁଡି କିଲୋ -୪୨୦ ଟଙ୍କା
ଇଲିସି ମାଛ – କିଲୋ ୬୦୦ ଟଙ୍କା
କଙ୍କଡା – କିଲୋ ୧୮୦ ଟଙ୍କା
ଭାକୁଡ଼ ମାଛ – କିଲୋ ୧୬୦ ଟଙ୍କା