୪ ଜଣଙ୍କୁ ରିଟେନ କଲା ଚାମ୍ପିୟନ ଚେନ୍ନାଇ । ଧୋନୀଙ୍କ ବଦଳରେ ଜାଡେଜାଙ୍କୁ ପ୍ରଥମ ପସନ୍ଦର ଖେଳାଳୀ ବାଛିଲା ଚେନ୍ନାଇ, ଜାଣନ୍ତୁ କାହା ପାଇଁ କେତେ ଟଙ୍କା ଖର୍ଚ୍ଚ କଲା ସିଏସକେ?

639

କନକ ବ୍ୟୁରୋ : ଆଇପିଏଲ ରିଟେନ ପ୍ରକ୍ର୍ରିୟା ଆଜି ଶେଷ ହେବା ପରେ କେଉଁ ଦଳ କେଉଁ ଖେଳାଳୀଙ୍କୁ ରିଟେନ ରଖିଲା ତାହାର ପୂରା ତାଲିକା ଏବେ ସାମ୍ନାକୁ ଆସିଛି । ଆଉ ଏସବୁ ଭିତରେ ଚାମ୍ପିୟନ ଚେନ୍ନାଇ ୪ ଜଣ ଖେଳାଳୀଙ୍କୁ ରିଟେନ ରଖିଛି । ୩ ଜଣ ଭାରତୀୟ ଓ ଜଣେ ବିଦେଶୀ ଖେଳାଳୀଙ୍କୁ ଟିମରେ ରଖିଛି ଚେନ୍ନାଇ । ପୂର୍ବରୁ ଧୋନୀଙ୍କୁ ଚେନ୍ନାଇ ରିଟେନ କରିବା ଏକଥା ସ୍ପଷ୍ଟ ହୋଇ ସାରିଥିଲା । ଧୋନୀଙ୍କ ସମେତ ଅନ୍ୟ ଦୁଇ ଭାରତୀୟ ଖେଳାଳୀ ଭାବେ ରବୀନ୍ଦ୍ର ଜାଡେଜା ଓ ଋତୁରାଜ ଗାଏକ୍ୱାଡଙ୍କୁ ରିଟେନ ରଖିଛି ଚେନ୍ନାଇ । ସେହିଭଳି ବିଦେଶୀ ଖେଳାଳୀ ଭାବେ ମୋଇନ ଅଲ୍ଲୀଙ୍କୁ ଦଳ ସାଥୀରେ ରଖିଛି । ସବୁଠୁ ଆଶ୍ଚର୍ଯ୍ୟଜନକ ଭାବେ ଧୋନୀଙ୍କ ବଦଳରେ ଜାଡେଜାଙ୍କୁ ପ୍ରଥମ ପସନ୍ଦର ଖେଳାଳୀ ଭାବେ ବାଛିଛି ଚେନ୍ନାଇ । ଯେହେତୁ ଧୋନୀ ଆସନ୍ତା ଆଇପିଏଲ ସିଜିନ ଖେଳି ନପାରନ୍ତି ସେଥିପାଇଁ ଜାଡେଜାଙ୍କୁ ନେଇ ବଡ ବାଜି ଖେଳିଛି ଚେନ୍ନାଇ । ଜାଡେଜାଙ୍କୁ ୧୬ କୋଟି, ଧୋନୀଙ୍କୁ ୧୨ କୋଟି, ତୃତୀୟ ପସନ୍ଦର ଖେଳାଳୀ ଭାବେ ମୋଇନ ଅଲ୍ଲୀଙ୍କୁ ୮ କୋଟି ଓ ଚଳିତ ଆଇପିଏଲର ଅରେଞ୍ଜ କ୍ୟାପ ବିଜେତା ଋତୁରାଜ ଗାଏକ୍ୱାଡଙ୍କୁ ୬ କୋଟି ଟଙ୍କାରେ ରିଟେନ ରଖିଛି ଚେନ୍ନାଇ ।

ଅନ୍ୟପଟେ ଚେନ୍ନାଇ କିଛି ଷ୍ଟାର ଖେଳାଳୀଙ୍କୁ ରିଲିଜ କରିଛି । ଯେଉଁମାନଙ୍କ ମଧ୍ୟରେ ବ୍ରାଭୋ, ଡୁ-ପ୍ଲେସିସ, ରୈନା, ସାମ କୁରାନ, ହାଜେଲଉଡଙ୍କ ଭଳି ଖେଳାଳୀ ରହିଛନ୍ତି । ଯେହେତୁ ବ୍ରାଭୋ ଅର୍ନ୍ତଜାତୀୟ ଟି-୨୦ କ୍ରିକେଟକୁ ବାଏ ବାଏ କରି ସାରିଛନ୍ତି ତେଣୁ ତାଙ୍କୁ ନେଇ ଦଳ ବହ ରିସ୍କ ନେବାକୁ ଚାହିଁନାହିଁ । ତେବେ ମହାନିଲାମୀରେ ଦଳ ଅନ୍ୟ କେଉଁ ଖେଳାଳୀଙ୍କୁ କିଣୁଛି ତାହା ଉପରେ ସମସ୍ତଙ୍କର ନଜର ରହିବ । କାରଣ ଦଳ ପାଖରେ ଏବେ ମଧ୍ୟ ୪୬ କୋଟି ଟଙ୍କା ରହିଛି ।