ସିରିୟାରେ ବିଷାକ୍ତ ଗ୍ୟାସ ଆକ୍ରମଣ ! ୧୦୦ ମୃତ ଓ ୪୦୦ରୁ ଅଧିକ ଆହତ

26

କନକ ବ୍ୟୁରୋ : ସିରିୟାରେ ସନ୍ଦିଗ୍ଧ ବିଷାକ୍ତ ଗ୍ୟାସ ଆକ୍ରମଣରେ ୧୧ ଜଣ ଶିଶୁ ସମେତ ୧୦୦ରୁ ଅଧିକ ନିର୍ଦ୍ଦୋଶ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହାସହ ଏହି ଆକ୍ରମଣରେ ୪୦୦ରୁ ଅଧିକ ଲୋକ ଆହତ ଥିବା ଜଣାପଡିଛି । ଇଦଲିବ ପ୍ରାନ୍ତର ଖାନଶୈଖୁନ ସହର ଉପରେ ଏୟାରଷ୍ଟ୍ରାକ ମାଧ୍ୟମରେ ବିଷାକ୍ତ ଗ୍ୟାସ ଆକ୍ରମଣ କରାଯାଇଛି ।

ସିରିୟା ମାନବାଧିକାର ପର୍ଯ୍ୟବେକ୍ଷକ ଦଳର କହିବା ଅନୁସାରେ ବିଷାକ୍ତ ଗ୍ୟାସର ପ୍ରଭାବରେ ବହୁ ଆକ୍ରାନ୍ତ ହୋଇଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ ବିଷାକ୍ତ ଗ୍ୟାସ ଆକ୍ରମଣ ପରେ ଶିଶୁ ଓ ଲୋକମାନଙ୍କ ଆକୁଳ ଚିତ୍କାର ଦେଖିବା ପାଇଁ ମିଳୁଛି । ଏପରି ଲୋମଟାଙ୍କୁରା ଆକ୍ରମଣ ପରେ ରାସ୍ତାର ଚାରିଆଡେ ମୃତ୍ୟୁର ତାଣ୍ଡବ ଦେଖିବା ପାଇଁ ମିଳୁଛି ।