ପୁଣି ବିଗିଡିଲା ଡିଏମକେ ମୁଖ୍ୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା: ହସ୍ପିଟାଲରେ ଭେଟିଲେ ପତ୍ନୀ ଦୟାଲୁ ଆମ୍ମାଲ, ଆସନ୍ତା ୨୪ଘଂଟା ଗୁରୁତ୍ୱପୂର୍ଣ୍ଣ

37

କନକ ବ୍ୟୁରୋ : ତାମିଲନାଡୁର ଡିଏମକେ ନେତା ଏମ କରୁଣାନିଧିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁତୁତର ହୋଇପଡିଥିବା ସୂଚନା ମିଳିଛି । ଗତ ୧୪ ଦିନ ହେଲାଣି ମୂତ୍ର ସଂକ୍ରମଣ ଓ ଜ୍ୱର ହେବାରୁ ତାଙ୍କୁ ଚେନ୍ନାଇସ୍ଥିତ କାବେରୀ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ କରୁଣାମିଧି ମେଡିକାଲରେ ଥିବା ବେଳେ ଅନେକ ନେତା ତାଙ୍କୁ ଭେଟିଥିଲେ । କିନ୍ତୁ ପ୍ରଥମଥର କରୁଣାଙ୍କୁ ତାଙ୍କ ସ୍ତ୍ରୀ ଦୟାଳୁ ଅମ୍ମାଲ ପ୍ରଥମ ଥର ଭେଟିଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ ପୂର୍ବ ଅପେକ୍ଷା ଅଧିକ ଗୁରୁତର ହୋଇପଡିଛି ।

 

ତାଙ୍କୁ ସେଠାକାର ଏକ ସ୍ୱତନ୍ତ୍ର ଡାକ୍ତରାଦଳ ଚିକିତ୍ସା କରୁଥିବା ଜଣାପଡିଛି । କରୁଣାଙ୍କ ପାଖରେ ତାଙ୍କ ଝିଅ ଉପସ୍ଥିତ ଥିବା ସୂଚନା ମିଳିଛି । ପ୍ରଥମେ ଯେତେବେଳେ କରୁଣାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତୀ ହୋଇଥିଲା ସେହି ସମୟରେ ତାଙ୍କ ପୁଅ ଏମକେ ତାମିଲାରାସୁ ତାଙ୍କୁ ହ୍ଵିଲଚେୟାରରେ ମେଡିକାଲ ଆଣିଥିଲେ। ଅନ୍ୟ ପରିବାର ସଦସ୍ୟ ଏବଂ ଦଳର ବରିଷ୍ଠ ନେତାମାନେ ମଧ୍ୟ ମେଡିକାଲରେ ଉପସ୍ଥିତ ଅଛନ୍ତି । ସେପଟେ ତାଙ୍କୁ ମେଡିକାଲରେ ଭେଟିବା ପାଇଁ ଅନେକ ସମର୍ଥକ ବାହାରେ ଅପେକ୍ଷା କରି ରହିଥିବା ସୂଚନା ମିଳିଛି । କେବଳ ତାମିଲନାଡୁ ନୁହେଁ ବରଂ ସାରା ଦେଶର ନେତା ତାଙ୍କୁ ମେଡିକାଲରେ ଭେଟୁଛନ୍ତି । ଏପରିକି ରାଷ୍ଟପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ତାଙ୍କୁ ମେଡିକାଲରେ ଭେଟଥିବା ସୂଚନା ମିଳିଛି ।