ରାଜ୍ୟରେ ବଢ଼ିଲାଣି କରୋନା ସଂକ୍ରମଣ । ସତର୍କତା ନେଇ ଆଗକୁ ଜୋରଦାର ହେବ ଚେକିଂ ଓ ଚଢ଼ାଉ ।

247

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଲାଣି । ଦେଶରେ କିଛି ରାଜ୍ୟରେ ଦ୍ୱିତୀୟ ଲହରି ମଧ୍ୟ ଆରମ୍ଭ ହେଲାଣି । ତେଣୁ ଆଗକୁ ଜୋରଦାର ଚେକିଂ ଏବଂ ଚଢ଼ାଉ ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ୍ତ ଜେନା । ରାଜ୍ୟରେ ଏବେ ହୋଲି ଓ ଦୋଳ ପାଇଁ କଟକଣା ଜାରି ହୋଇଛି । ଏହାସହ ଚେକିଂ ଜୋରଦାର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଯାଇନି ପୁଣି ଆସିଲାଣି ତେଣୁ ସମ୍ବେଦନଶୀଳ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ବିମାନ ବନ୍ଦରରେ ମଧ୍ୟ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ଏହାସହ ସରପଂଚଙ୍କୁ କୁହାଯାଇଛି ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖି ତଥ୍ୟ ଦେବା ପାଇଁ । ଓଡ଼ିଶାରେ ନାଇଟ କର୍ଫ୍ୟୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ୍ତ ଜେନା ।