ବୋରୱେଲ ଗାତରେ ଫସିଛି ଜୀବନ : ୨ଫୁଟ୍ ଦୂରରେ ଉଦ୍ଧାରକାରୀ ଦଳ; ମଝିରେ ମଝିରେ ଆଖି ପତା ହଲାଉଛି ରାହୁଲ୍

240

କନକ ବ୍ୟୁରୋ : ଛତିଶଗଡ ଜାଞ୍ଜଗିର-ଚାମ୍ପାରେ ରାହୁଲର ଉଦ୍ଧାର ଜାରି । ରାହୁଲଙ୍କୁ ଉଦ୍ଧାର ପାଇଁ ଶେଷ ପର୍ଯ୍ୟାୟରେ ଅପରେସନ ପହଞ୍ଚିଛି । ରାହୁଲଠାରୁ ୨ଫୁଟ୍ ଦୂରରେ ଉଦ୍ଧାରକାରୀ ଦଳ ରହିଛନ୍ତି । ମେସିନ୍ ସାହାଯ୍ୟରେ ଚଟାଣକୁ ଡ୍ରିଲିଂ କରାଯାଉଛି  । ଭୂତଳ ଜଳସ୍ତର ହ୍ରାସ ପାଇଁ ନଳକୂପ ଖୋଳିବାକୁ ନିର୍ଦ୍ଦେଶ । ମଝିରେ ମଝିରେ ଆଖି ପତା ରାହୁଲ ହଲାଉଛି । ୯୦ଘଣ୍ଟା ହେଲା ବୋରୱେଲ ଗାତରେ ଫସିରହିଛି ।

ଏନଡିଆରଏଫ, ଏସିଡିଆରଏଫ ଓ ସେନା ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗୋଟେ ପଟେ ଚାଲିଛି ଚାଲିଛି ଉଦ୍ଧାରକାର୍ଯ୍ୟ ଅନ୍ୟପଟେ ରାହୁଲଙ୍କ ସୁରକ୍ଷା ପାଇଁ ଚାଲିଛି ପ୍ରାର୍ଥନା । ଉଦ୍ଧାରକାରୀ ଦଳ କହିଛି ବୋରୱେଲ ଭିତରୁ ରାହୁଲଙ୍କ ଉଦ୍ଧାର କରିବା ସମୟରେ ବଡ ବଡ ଚଟାଣ ଓ ପଥର ବାଧା ସାଜୁଛି । ଏଥିସହ ବୋରୱେଲରେ ପାଣି ଭରି ରହିବା ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବିଳମ୍ବିତ ହେଉଛି ।

ରାହୁଲଙ୍କ ପରିବାର ସହ ଲଗାତାର କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଛତିଶଗଡ ଚମ୍ପା ଜିଲ୍ଲାର ପିହରିଦ ଗାଁର ଏହି ଘଟଣା ଉପରେ ସାରା ଦେଶର ନଜର ରହିଛି । ରେସ୍କ୍ୟୁ ଅପରେସନର ସଫଳ ହେବା ପାଇଁ ଚାଲିଛି ପ୍ରାର୍ଥନା । ଜୁନ ୧୧ ତାରିଖରେ ଖେଳୁ ଖେଳୁ ବୋରୱେଲ ଭିତରକୁ ଖସିପଡିଥିଲେ ବାଳକ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବା ପରେ ତାଙ୍କ ଖୋଜରେ ବାହାରିଥିଲେ ପରିବାର ଲୋକ । ଘର ଆଖପାଖରେ ଖୋଜିବା ସମୟରେ ହଠାତ ଘର ଲୋକ ରାହୁଲଙ୍କ ଡାକ ଶୁଣିବାକୁ ପାଇଥିଲେ । ଏହା ପରେ ସ୍ଥାନୀୟ ପ୍ରଶାସନକୁ ଖବର ଦେବା ପରେ ଆରମ୍ଭ ହୋଇଥିଲା ଉଦ୍ଧାରକାର୍ଯ୍ୟ ।