ରଥ କାମ ପାଇଁ ଚଳଚଞ୍ଚଳ ରଥଖଳା । ଚାଲିଛି ଚକ ତୁମ୍ବରେ ଅଖ ବିନ୍ଧା କାମ ।

147

କନକ ବ୍ୟୁରୋ: ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା । ତିନିରଥର ଦୁଇଟି ଲେଖାଏଁ ନାହାକା ଚକର ନିର୍ମାଣ କାମ ଶେଷ ହୋଇଛି । ତାଳଧ୍ୱଜ ରଥର ମୋଟ ଦୁଇଟି ନାହାକା ଚକର ନିର୍ମାଣ ଶେଷ ହୋଇଥିବା ବେଳେ ଏବେ ତୁମ୍ବରେ ଅଖ ବିନ୍ଧା କାମ ଜାରି ରହିଛି । ଏହା ସହ ପଇବିନ୍ଧ କାମ ଚାଲିଥିବା ବେଳେ ଅନ୍ୟ ଚକ ପାଇଁ ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇଛି । ସେହିପରି ଦର୍ପଦଳନ ରଥର ୪ଗୋଟି ନାହାକା ଚକରୁ ଦୁଇଟି ନାହାକା ଚକ ନିର୍ମାଣ ଶେଷ ହୋଇଛି । ଅନ୍ୟପଟେ ନନ୍ଦିଘୋଷ ରଥର ୪ଟି ନାହାକାରୁ ୨ଟି ନାହାକା ଚକ ନିର୍ମାଣ ଶେଷ ହୋଇଛି ।