ପପୁ ପମପମଙ୍କ ବିରୋଧରେ ଚାର୍ଜଫ୍ରେମ୍ ! ନାବାଳିକାଙ୍କୁ ଆବଦ୍ଧ କରି ରଖିବା ଓ ଅସଦାଚରଣ ନେଇ ଲାଗିଲା ମାମଲା

67

କନକ ବ୍ୟୁରୋ : ଓଲିଉଡ୍ କମେଡିଆନ୍ ପପୁ ପମପମଙ୍କ ବିରୋଧରେ ହେଲା ଚାର୍ଜଫ୍ରେମ୍ । ଭୁବନେଶ୍ୱର ସ୍ୱତନ୍ତ୍ର ପକସୋ କୋର୍ଟ ଏହି ଚାର୍ଜଫ୍ରେମ୍ କରିଛି । ନାବାଳିକା କାଷ୍ଟିଂ କାଉଚ୍ ମାମଲାରେ ଜାମିନରେ ମୁକୁଳିଥିବା ପପୁଙ୍କ ବିରୋଧରେ ଲାଗିଛି ସାଂଘାତିକ ମାମଲା । ଯାହା ପ୍ରମାଣିତ ହେଲେ ପପୁଙ୍କୁ ସର୍ବାଧିକ ୫ ବର୍ଷ ଜେଲଦଣ୍ଡ ହୋଇପାରେ ।

ପପୁଙ୍କ ବିରୋଧରେ ଲାଗିଛି ପକ୍ସୋର ଦଫା ୮ ଓ ୧୨, ଯେଉଁଥିରେ ୩ ବର୍ଷରୁ ୫ ବର୍ଷ ଯାଏଁ ଦଣ୍ଡ ବିଧାନ ରହିଛି । ଆଇ.ପି.ସିର ଦଫା ୩୪୧, ରହିଛି ୬ ମାସର ଦଣ୍ଡ ବିଧାନ । ଦଫା ୩୨୩, ୧ ବର୍ଷରୁ ୫ ବର୍ଷର ଦଣ୍ଡ ବିଧାନ । ସେହିପରି ୩୫୪ ପାଇଁ ରହିଛି ୧ ବର୍ଷର ଦଣ୍ଡବିଧାନ ।

ସବୁ ଦଫା ନେଇ, ସ୍ୱତନ୍ତ୍ର ପକସୋ କୋର୍ଟରେ ମାମଲାର ଶୁଣାଣି କରାଯିବ । ଯଦି ପ୍ରମାଣିତ ହୁଏ, ତେବେ ପପୁଙ୍କୁ ସର୍ବାଧିକ ୫ ବର୍ଷ ଜେଲଦଣ୍ଡ ମଧ୍ୟ ହୋଇପାରେ । ଫଳରେ ଏହି ଓଲିଉଡ୍ ଷ୍ଟାରଙ୍କ ଅଡୁଆ ବଢିପାରେ ।

ନାବାଳିକାଙ୍କୁ କାଷ୍ଟିଂ କାଉଚ ମାମଲାରେ, ଗିରଫ ହୋଇ ଜେଲଦଣ୍ଡ ଭୋଗିଥିଲେ ପପୁ ପମପମ । ପକ୍ସୋ କୋର୍ଟରେ ଚାର୍ଜଫ୍ରେମ ପରେ ଏବେ କଣ ହେବ ପପୁଙ୍କ ଭାଗ୍ୟ ତାକୁ ନେଇ ଚର୍ଚ୍ଚା ।