କୋଇଲା ଦୁର୍ନୀତି ଅଭିଯୋଗରେ ଦିଲ୍ଲୀପ ରାୟଙ୍କ ବିରୋଧରେ ଚାର୍ଜଫ୍ରେମ୍ !

29

କନକ ବ୍ୟୁରୋ : ରାଉରକେଲା ବିଧାୟକ ତଥା ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ବିରୋଧରେ ଚାର୍ଜଫ୍ରେମ । କୋଇଲା ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସମେତ ଆଉ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି । ଆସନ୍ତା ଅଗଷ୍ଟରୁ ମାମଲାର ଶୁଣାଣି ଆରମ୍ଭ ହେବାକୁ ନିର୍ଦ୍ଧାରିତ ହୋଇଥିବା ବେଳେ ଆଜିର ଚାର୍ଜଫ୍ରେମ ବେଳେ ଦିଲ୍ଲୀପ କୋର୍ଟରୁମରେ ଉପସ୍ଥିତ ଥିଲେ ।

୧୯୯୮ରେ ବାଜପେୟୀ ସରକାରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । କୋଇଲା ବ୍ଲକ ଆବଂଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ କରୁଛି ସିବିଆଇ । ୧୯୯୯ରେ ଝାଡଖଣ୍ଡରେ ବ୍ରହ୍ମାଡିଆ କୋଇଲା ଖଣି କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡକୁ ଦିଆଯାଇଥିଲା । ଏହି କୋଇଲା ଖଣି ଆବଂଟନରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗରେ ତତକାଳୀନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସହ ସେତେବେଳର ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାର୍ଜୀ ଏବଂ ପ୍ରକଳ୍ପ ପରାମର୍ଶଦାତା ନିତ୍ୟାନନ୍ଦ ଗୌତମଙ୍କ ବିରୋଧରେ ମାମଲା ଚାଲିଛି ।