ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର ! ବଦଳିଲା ପେମେଣ୍ଟ ସିଷ୍ଟମର ନିୟମ । ଏଣିକି ଏହି ପ୍ରକ୍ରିୟାରେ ପଠାଇବେ ଟଙ୍କା

96

ଯଦି ଆପଣ ୟୁପିଆଇର ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ । କାହିଁକିନା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ(ଘଚଉଓ) ୟୁନିଫାଏଡ୍ ପେମେଣ୍ଟ ସର୍ଭିସେସ୍(ୟୁପିଆଇ)ରେ ଟଙ୍କା ପଠାଇବା ନିୟମରେ ଏକ ବଡ ପରିବର୍ତ୍ତନ କରିଛି । ଏନସିପିଆଇ ଏହି ମାଧ୍ୟମରେ ନିତିଦିନିଆ ଟ୍ରାଂଜେକ୍ସନ୍ ର ସୀମା କମ୍ କରିଦେଇଛନ୍ତି ।

କ’ଣ ହୋଇଛି ପରିବର୍ତ୍ତନ ? : ଏନସିପିଆଇ ଏହି ସମ୍ବନ୍ଧରେ ୨୨ ଅକ୍ଟୋବରରେ ଏକ ସର୍କୁଲାର ଜାରି କରିଛି । ଏଥିରେ କୁହାଯାଇଛି କି, ଏବେ ୟୁପିଆଇ ଜରିଆରେ ପିୟର ଟୁ ପିୟର ସେଗମେଣ୍ଟରେ ୨୪ ଘଣ୍ଟାରେ କେବଳ ୧୦ଟି ନେଣଦେଣ ପ୍ରକ୍ରିୟା କରାଯାଇପାରିବ । ଏହି ନିୟମ ଅଧିନରେ ୨୪ ଘଣ୍ଟାର ପ୍ରାରମ୍ଭିକ ସମୟ ସେତେବେଳୁ ଧରାଯିବ, ଯେତେବେଳେ ଆପଣ ପ୍ରଥମ ଟ୍ରାଂଜେକ୍ସନ କରିବେ । ଏହି ପ୍ରଥମ ନେଣଦେଣ ପ୍ରକ୍ରିୟା ପରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆପଣ ଆହୁରି ୯ ଟ୍ରାଂଜେକ୍ସନ କରିପାରିବେ ।

ଏନସିପିଆଇ ସ୍ପଷ୍ଟ କରିଛନ୍ତି କି, ଏହି ନିୟମ କେବଳ ସେହି ନେଣଦେଣ ପ୍ରକ୍ରିୟା ପାଇଁ, ଯେଉଁଠି ଟ୍ରାଂଜେକ୍ସନ ଏକ ୟୁନିକ୍ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ହେଉଛି । ଏହି ପରିବର୍ତ୍ତନ ୨୧ ଅକ୍ଟୋବର ଠାରୁ ଲାଗୁ ହୋଇସାରିଛି । ସମସ୍ତ ବ୍ୟାଙ୍କ ଏହା ହିସାବରେ ସମସ୍ତ ପରିବର୍ତ୍ତନ କରିବେ । ପି୨ପି ଟ୍ରାଂଜେକ୍ସନ୍ ଅର୍ଥାତ୍ ପର୍ସନ୍ ଟୁ ପର୍ସନ ଟ୍ରାଂଜେକ୍ସନ୍ ହୋଇଥାଏ । ଏହାର ଅର୍ଥ ଯେବେ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ନେଣଦେଣ ପ୍ରକ୍ରିୟା ହୋଇଥାଏ । ତେବେ ତାହାକୁ ପିୟର ଟୁ ପିୟର ଟ୍ରାଂଜେକ୍ସନ୍ କୁହାଯାଏ ।

ୟୁପିଆଇ କ’ଣ ? : ୟୁନିଫାଏଡ ପେମେଣ୍ଟ ସର୍ଭିସେସ୍(ୟୁପିଆଇ) ଏକ ଇନଷ୍ଟାଣ୍ଟ ପେମେଣ୍ଟ ସିଷ୍ଟମ । ଏହାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ ଇଣ୍ଡିଆ ପ୍ରସ୍ତୁତ କରିଛନ୍ତି । ୟୁପିଆଇକୁ ଆଇଏମପିଏସରେ ପ୍ରସ୍ତୁତ କରାଯାଇଛି । ଏହା ଜରିଆରେ ଆପଣ ଦୁଇଟି ବ୍ୟାଙ୍କ ମଧ୍ୟରେ ଟଙ୍କାର ନେଣଦେଣ କରିପାରିବେ ।