କନକ ବ୍ୟୁରୋ: ପଞ୍ଜାବର ଫଗୱାରାସ୍ଥିତ  ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ବାହାରେ ବିକ୍ଷୋଭ ଜାରି ରହିଥିଲା। ଗତ ୧୦ ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଆତ୍ମହତ୍ୟା । ଏହା ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ରେଳ ଧାରଣାରେ ଆତ୍ମହତ୍ୟା କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଶ୍ୱବିଦ୍ୟାଳୟରେ ବାରମ୍ବାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ଘଟଣା ସାମନାକୁ ଆସୁଛି । ୨୦୧୭ ରୁ ୨୦୧୯ ୩ ବର୍ଷ ମଧ୍ୟରେ  ଏହି ଘରୋଇ ବିଶ୍ୱବିଦ୍ୟାଳୟର ୧୨ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି । ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହି ସମସ୍ତ ଛାତ୍ରମାନସିକ ଚାପରେ ଅଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, ଦଶ ଦିନ ପୂର୍ବେ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ହରିୟାଣାର ଛାତ୍ର ଦୀର୍ଘ ଦିନ ଧରି ମାନସିକ ଅବସାଦରେ ଥିଲେ । ମଙ୍ଗଳବାର ଆତ୍ମହତ୍ୟା କରିଥିବା ଏମବିଏ ଛାତ୍ର ଏଜିନ୍ ଏସ୍ ଦିଲୀପ କେରଳରୁ ଆସିଥିଲେ। ଯେତେବେଳେ ଛାତ୍ରମାନେ ସେମାନଙ୍କର ସାଥୀ ଛାତ୍ରଙ୍କ ଆତ୍ମହତ୍ୟା ବିଷୟରେ ଜାଣିବାକୁ ପାଇଲେ, କ୍ୟାମ୍ପସରେ ହଇଚଇ ସୃଷ୍ଟିି ହୋଇଥିଲା ।  ଆମ୍ବୁଲାନ୍ସ ବିଳମ୍ବରେ ହଷ୍ଟେଲରେ ପହଞ୍ଚିବାରୁ ଛାତ୍ରଙ୍କ ଜୀବନ ଚାଲିଯାଇଥିଲା ବୋଲି ଛାତ୍ର ସଙ୍ଗଠନ ଅଭିଯୋଗ କରିଛି ।

ତେବେ କ୍ରମାଗତ ଭାବେ ଏହି ୟୁନିଭର୍ସିଟିରେ ଛାତ୍ରଙ୍କ ଆତ୍ମହତ୍ୟା ଏହାକୁ ବିବାଦ ପରିସରକୁ ଆଣିଛି । ଏ ବାବଦରେ ପୋଲିସର ତଦନ୍ତ ଆଖିଦୃଶିଆ ହେଉନଥିବାରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।