ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ: ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ୪୨ତମ ଉପମୁଖ୍ୟ ।

291

କନକ ବ୍ୟୁରୋ : ଓଡିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ବଡ ଦାୟିତ୍ୱ । ପ୍ରଥମ ଓଡିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଭାରତୀୟ ସେନାରେ ୪୨ତମ ଉପମୁଖ୍ୟ ହେବେ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କଠାରୁ ଦାୟିତ୍ୱ ନେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି ।

ଏବେ ସଦର୍ଣ୍ଣ କମାଣ୍ଡ୍ ର କମାଣ୍ଡର ଅଛନ୍ତି ଚଣ୍ଡୀ ପ୍ରସାଦ । ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଡେରାଡୁନର ଆରଆଇଏମସିରୁ ନିଜ ସେନା ଟ୍ରେନିଂ ଶେଷ କରିଥିଲେ । ପରେ ଏନଡିଏରେ ଏମଫିଲ କରିଥିଲେ ଚଣ୍ଡୀ ପ୍ରସାଦ ମହାନ୍ତି ।