କଟାମୁଣ୍ଡ ଖୋଜୁଛି ପୋଲିସ : କୁଆଡେ ଗଲା ଚନ୍ଦକା ଅଂଚଳରେ ମୃତ ମହିଳାଙ୍କ କଟାମୁଣ୍ଡ ? ସନ୍ଧାନୀ କୁକୁର ସହାୟତାରେ ଖୋଜୁଛି ଚନ୍ଦକା ପୋଲିସ

ରାସ୍ତା କଡରୁ ଶବ ଜବତ କରିଥିଲା ପୋଲିସ

123

କନକ ବ୍ୟୁରୋ : କୁଆଡେ ଗଲା ରାଜଧାନୀ ଉପକଣ୍ଠ ଚନ୍ଦକା ଅଂଚଳରେ ରାସ୍ତାକଡରେ ପଡିଥିବା ମୃତ ମହିଳାଙ୍କ କଟାମୁଣ୍ଡ । ଏହି କଟାମୁଣ୍ଡକୁ ଖୋଜୁଛି ଚନ୍ଦକା ପୋଲିସ । ଅନ୍ଧାରୁଆ ଦାସପୁର ରାସ୍ତା ଜଙ୍ଗଲରେ ଏହି କଟାମୁଣ୍ଡକୁ ଖୋଜୁଛି ଚନ୍ଦକା ପୋଲିସ । ଗତକାଲି ଶବ ଜବତ କରିବା ପରେ ଦେଖିବାକୁ ମିଳିଥିଲା ମହିଳାଙ୍କ ଶବରୁ ମୁଣ୍ଡଟି ନାହିଁ । ସନ୍ଧାନୀ କୁକୁର , ସାଇଁଟିଫିକ୍ ଟିମ୍ ସହିତ ପୋଲିସ ଗତକାଲି ଠାରୁ ଏହି କଟାମୁଣ୍ଡକୁ ଖୋଜୁଛି ।

ଆଖପାଖ ସମସ୍ତ ଅଂଚଳକୁ ଯାଇ କଟାମୁଣ୍ଡକୁ ଖୋଜୁଛି ପୋଲିସ ଟିମ୍ । ସ୍ଥାନୀୟ ଲୋକଙ୍କ ଠାରୁ ମହିଳାଙ୍କ ମୃତଦେହ ପଡିଥିବା ନେଇ ସୂଚନା ପାଇବା ପରେ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ହାତରେ ଥିବା ଲେଖାକୁ ନେଇ ତଦନ୍ତ ଚାଲିଛି । ମୃତ ମହିଳାଙ୍କ ପରିଚୟ ମଧ୍ୟ ମିଳିପାରିନି । କଟାମୁଣ୍ଡ ମିଳିବା ପରେ ଏହି ପରିଚୟ ସ୍ପଷ୍ଟ ହେବା ନେଇ ଆଶା ରଖିଛି ପୋଲିସ ।

କାହାର ଏହି ମୃତଦେହ ?
ଏହି ମହିଳା ଜଣଙ୍କ କିଏ ?
ଏହି ପରିତ୍ୟକ୍ତ ଯାଗାକୁ କେମିତି ଆସିଲେ ମହିଳା ?

ଗତକାଲି ରାସ୍ତା କଡରୁ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମିଳିଥିଲା ମହିଳାଙ୍କ ଏହି ମୃତଦେହ । ପାରିପାର୍ଶ୍ବିକ ସ୍ଥିତି କହୁଛି ମହିଳାଙ୍କୁ ହତ୍ୟା କରାଯାଇଛି । ଆଉ ହତ୍ୟା କରିବା ପରେ ମୁଣ୍ଡ ନେଇ ଫେରାର ହୋଇଯାଇଛନ୍ତି ହତ୍ୟାକାରୀ । ପୋଲିସ ତଦନ୍ତ କହୁଛି, ଏହା କେବେବି ଜଣଙ୍କର କାମ ନୁହେଁ । ଘଟଣାସ୍ଥଳରେ ହିଁ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳାଙ୍କ ପାଖରୁ କୌଣସି ପ୍ରକାର ପ୍ରମାଣପତ୍ର ମିଳିପାରିନାହିଁ । ମହିଳାଙ୍କ ଦେହରେ ଗୋଟିଏ ନାଇଟି ରହିଛି । ସାଙ୍ଗରେ ଏକ ବ୍ୟାଗରେ ବହୁତଗୁଡିଏ ଲୁଗାପଟା ରହିଛି । ଯେହେତୁ ମୁଣ୍ଡ ନାହିଁ ତେଣୁ ମହିଳାଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ କାଠିକର ପାଠ ହୋଇଛି । କେବଳ ହାତରେ ଟାଟୁ ରହିଛି ସେଥିରେ ଓମ ଲେଖାହୋଇଛି । ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ବିଭିନ୍ନ ଥାନା ସହିତ ଯୋଗାଯୋଗରେ ଅଛି ।