ରାଜଧାନୀରେ ମାତିଲେ ଲୁଟେରା ! ପ୍ରାଚୀ ବିହାରରେ ଦୁଇ ଜଣ ଦୁବୃର୍ତ୍ତ ମହିଳାଙ୍କଠାରୁ ଛିଡାଇନେଲେ ଚେନ୍

32

କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଚେନ୍ ଲୁଟେରା । ଆଜି ସକାଳୁ ସକାଳୁ ପୁଣି ଜଣେ ମହିଳା ଚେନ୍ ଲୁଟେରାଙ୍କ ଶିକାର ହୋଇଥିବା ଅଭିଯୋଗ ହୋଇଛି । ପ୍ରାଚୀ ବିହାରରେ ଦୁଇ ଜଣ ଦୁବୃର୍ତ୍ତ କଳା ପଲସରରେ ଆସି ଜଣେ ମହିଳାଙ୍କଠାରୁ ଚେନ ଛିଡାଇନେଇଛନ୍ତି । ଲୁଟର ଶିକାର ହୋଇଥିବା ପ୍ରିୟଙ୍କା ସାମଲଙ୍କ କହିବା ଅନୁଯାୟୀ ମହିଳା ଜଣକ ଭୋର ୫ଟା ୧୫ରେ ଫୁଲ ତୋଳିବାକୁ ଗେଟ୍ ବାହାରକୁ ଆସିଥିଲେ । ଗେଟଠାରୁ ମାତ୍ର ଅଳ୍ପ କିଛି ଦୂର ଆଗକୁ ଯିବା ପରେ ଦୁବୃର୍ତ୍ତମାନେ ଏକ କଟୁରୀ ଦେଖାଇ ଭୟଭୀତ କରାଇ ଚେନ୍ ଲୁଟି ନେଇଥିଲେ । ତେବେ ମହିଳାଙ୍କ ସ୍ୱାମୀ କମିଶନରେଟ୍ ପୁଲିସ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । କହିଛନ୍ତି ପ୍ରାଚୀ ବିହାର ଅଂଚଳ ଏକ ପ୍ରକାର ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏବଂ ଅସାମାଜିକ ଲୋକଙ୍କ ସହ ପୁଲିସର ସଲାସୁତୁରା ରହିଛି । ତେଣୁ ଏହି ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟୁଛି ।