କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଚିଠି , ହୋଲିରୁ ଇଦ୍, ଭିଡ଼ ଉପରେ କଟକଣା ଲଗାଇବାକୁ ପରାମର୍ଶ

137

କନକ ବ୍ୟୁରୋ : ସରକାରଙ୍କୁ ଡରାଇଲାଣି କରୋନାର ଦ୍ୱିତୀୟ ଲହର  । ଦୈନିକ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଅଣ୍ଟା ଭଡିଛନ୍ତି କେନ୍ଦ୍ର ସରକାର । ଗତଥର ଭଳି ପୁଣି ଯେଭଳି ସଂକ୍ରମିତଙ୍କ ସଂଖ୍ୟା ଆକାଶଛୁଆଁ ନହେବ ସେନେଇ ଜରୁରୀ ପଦକ୍ଷେପ ମାନ ଗ୍ରହଣ କରିବାକୁ ରାଜ୍ୟ ସରକାର ମାନଙ୍କ ସହ ଆଲୋଚନା ଜାରି ରହିଛି । ଏହାରି ମଧ୍ୟରେ ସେଥିପାଇଁ ଭିଡ଼କୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେିଛନ୍ତି କେନ୍ଦ୍ର ସରକାର । ଏହି ମର୍ମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ଶଶସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳୋୟର ଅତିରିକ୍ତ ସଚିବ । ହୋଲିରୁ ଇଦୁଲ ଫିତର ଯାଏଁ  ଭିଡ଼ ଉପରେ କଟକଣା ଲଗାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏଭଳି ଚିଠି ଲେଖିଛନ୍ତି । ଗହଳି ନକରିବାକୁ ସ୍ଥାନୀୟ ପ୍ରଶାସନ ନିସ୍ପତି ନେଇପାରିବେ ବୋଲି ଚିଠିରେ କୁହାଯାଇଛି । ହୋଲି ସହ ବାରାତ, ବିହୁ, ଇଷ୍ଟର ଓ ଇଦୁଲ ଫିତର ଭଳି ପର୍ବରେ ଜନ ଗହଳି ହେବାର ଆଶଙ୍କା ଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ କୁହାଯାଇଛି ।

କହିରଖୁ କି କିଛିଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୪୦ ହଜାର ଉପରେ ଆସୁଛି । ଏହାସହ ସବୁଠାରୁ ବଡକଥା ହେଉଛି ଏଥର ସଂକ୍ରମିତ ହେଉଥିବା ଲୋକମାନଙ୍କ ମଧ୍ୟରେ କରୋନାର ନୂଆ ଷ୍ଟେନ୍ ଦେଖିବାକୁ ମିଳିଛି । ଯାହାକୁ ପୁରାଣା ଷ୍ଟେନ ଠାରୁ ଅଧିକ ଘାତକ ବୋଲି କୁହାଯାଉଛି ।