କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା : ପୁଣି ଏକ ହାତୀ ଶାବକର ମୃତ୍ୟୁ, ୨୦ ଦିନରେ ୭ ହାତୀର ମୃତ୍ୟୁ

58

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ଛୁଇଁଛି । ଗତକାଲି ଘୁଷୁରୀଗୁଡି ନାଳ ନିକଟରୁ ଆଉ ଏକ ହାତୀ ଛୁଆର ଗଳିତ ମୃତଦେହ ଠାବ ହୋଇଛି । ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ ଆସିଥିବା ସମୟରେ ଛୁଆ ହାତୀର ଗଳିତ ମୃତଦେହ ଠାବ ହୋଇଛି । ଛୁଆ ହାତୀର ମୃତ୍ୟୁର କାରଣ ଜାଣିବା ପାଇଁ ନମୂନା ସଂଗ୍ରହ କରିଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ରୀୟ ଟିିମ ସଂଗ୍ରହ କରିଥିବା ନମୂନାକୁ ଇନ୍ଦୋର ଆଇଭିଆରଆଇ ଲାବ୍ରୋଟାରୀକୁ ପଠାଯିବ ବୋଲି ଜଣାପଡିଛି ।

ପ୍ରାଥମିକ ତଦନ୍ତରୁ ମୃତକ ମଧ୍ୟରେ ୫ଟି ହାତୀ ଗର୍ଭବତୀ ଥିଲେ ତେଣୁ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହ୍ୟୁମେରିଜକ ସେପ୍ଟିସେମିଆ ମୃତ୍ୟୁର କାରଣ କି ନାହିଁ ଲାବରୋଟାରୀ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପରେ କେନ୍ଦ୍ରୀୟ କମିଟି ସନ୍ତୋଷ ବ୍ୟକ୍ତ କରିଛନ୍ତି ।