ଢେଙ୍କାନାଳ ବେଲଟିକିରି ସେଲଟର ହୋମ ଘଟଣା ପରେ ଆକ୍ସନରେ କେନ୍ଦ୍ରୀୟ ଟିମ ! ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ

ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ କେନ୍ଦ୍ରୀୟ ଟିମର ଆଲୋଚନା

131

କନକ ବ୍ୟୁରୋ : ଢ଼େଙ୍କାନାଳ ବେଲଟିକରି ସେଲଟର ହୋମରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣା ପଦାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ଜାତୀୟ ଶିଶୁ ସୁରକ୍ଷା ଆୟୋଗ । ଏନସିପିସିଆରର ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ପୁରୀରେ ଏନସିପିସିଆରର ସଦସ୍ୟ ପାୟଲ ଶର୍ମା ପହଁଚି ବିଭିନ୍ନ ସେଲଟର ହୋମର ଯାଂଚ କରିଛନ୍ତି । ସେହିପରି ଆଉ କେତେକ ସ୍ଥାନରେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି । ରାଜ୍ୟରେ ଚାଲିଥିବା ସେଲଟର ହୋମଗୁଡିକର ବାସ୍ତବ ସ୍ଥିତି ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ନେଇ ରାଜ୍ୟ ଅତିଥିଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି ।

ଏନସିପିସିଆର ସଦସ୍ୟ ଯଶୱନ୍ତ ଜୈନ ଓ ରାଜ୍ୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରିଛନ୍ତି । ବୈଠକ ପରେ ଢ଼େଙ୍କାନାଳ ଗସ୍ତରେ ଯିବେ ଏନସିପିସିଆର ଟିମ୍ । ବେଲଟିକରି ସେଲଟର ହୋମ ଘଟଣାରେ ଅନ୍ତେବାସୀମାନଙ୍କୁ ନିର୍ଯାତନା ଦିଆଯିବା ସହ ଧର୍ମାନ୍ତରୀଣକରଣ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । କେନ୍ଦ୍ରମନ୍ତ୍ରୀ ମେନେକା ଗାନ୍ଧି ଏହି ଘଟଣାକୁ ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।