ଦଶମ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ ! ଜାଣନ୍ତୁ କିପରି କରିବେ ଆବେଦନ ।

32

ଭାରତୀୟ ରେଳବାଇ ପକ୍ଷରୁ ଅନେକ ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସାଉଥ ସେଣ୍ଟ୍ରାଲ ରେଲୱେ ପରେ ସେଣ୍ଟ୍ରାଲ ରେଲୱେ ମଧ୍ୟ ଅନେକ ପଦରେ ଆବେଦନ କରିବା ପାଇଁ ଆମନ୍ତ୍ରିତ କରିଛି । ଯେଉଁଥିରେ ଅପରେଟିଭସ୍ ପଦରେ ଆଶାୟୀ ମାନଙ୍କର ଚୟନ କରାଯିବ । ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶ ପାଇଥିବା ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ, ଏହି ପ୍ରକ୍ରିୟାରେ ମୋଟ ୨୫୭୩ ଜଣ ଆଶାୟୀଙ୍କୁ ଚୟନ କରାଯିବ । ଯେଉଁଥିରେ ମୁମ୍ବାଇ ପାଇଁ ୧,୭୯୯ ପଦ, ଭୁସବଲ ପାଇଁ ୪୨୧ ପଦ, ପୁନେ ପାଇଁ ୧୫୨ ପଦ, ନାଗପୁର ପାଇଁ ୧୦୭ ପଦ ଏବଂ ସୋଲାପୁର ପାଇଁ ୯୩ ପଦ ସଂରକ୍ଷିତ ରହିଛି ।

ଏହି ପଦ ଗୁଡିକ ପାଇଁ ଆବେଦନ କରିବାକୁ ହେଲେ ଆଶାୟୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ସହ ଆଇଟିଆଇ ରଖାଯାଇଛି । ଅର୍ଥାତ ଆଶାୟୀମାନେ ଦଶମ ଶ୍ରେଣୀ ପାସ କରିଥିବା ସହ ଆଇଟିଆଇ ଡିଗ୍ରି ହାସଲ କରିବା ନିହାତି ଜରୁରୀ । ତେବେ ମେରିଟ୍ ଆଧାରରେ ଆଶାୟୀମାନଙ୍କ ଚୟନ କରାଯିବ । ପଦଗୁଡିକ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ୨୫ ଜୁଲାଇ ରଖାଯାଇଛି । ଏବଂ ଆବେଦନ କରିବା ପାଇଁ ଆଶାୟୀ ମାନଙ୍କର ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆବେଦନ ପାଇଁ ଆଶାୟୀଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବା ପାଇଁ ପଡିବ । ଅଧିକ ବିବରଣୀ ପାଇଁ ଭାରତୀୟ ରେଳବାଇର ଅଫିସିଆଲ ସାଇଟରେ ଲଗଇନ କରି ତଥ୍ୟ ହାସଲ କରିପାରିବେ ।