ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଭିଭାଷଣ । କହିଲେ ସରକାରଙ୍କ ଫୋକସ ପଛୁଆ ବର୍ଗ ।

177

କନକ ବ୍ୟୁରୋ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଭିଭାଷଣ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସ୍ତାବ ଉପରେ ଆଲୋଚନା । ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖିଲେ ଧର୍ମେନ୍ଦ୍ର । ଦେଶର ଗରିବ, ମହିଳା, ଯୁବକ, କୃଷକଙ୍କୁ ଗୁରୁତ୍ୱ ଦେଉଛନ୍ତି ସରକାର । ପଛୁଆ ଲୋକଙ୍କ ବିକାଶ ଆମ ସରକାରର ଫୋକସ ରହିଛି ।

ତେବେ ଧର୍ମେନ୍ଦ୍ର କହିଛନ୍ତି ସବକା ସାଥ ସବକା ବିଶ୍ୱାସ ଆମର ମନ୍ତ୍ର । ଜନସାଧାରଣଙ୍କୁ ନେଇ ସରକାର ଚଳାଇବା ଆମ ଶାସନର ମୂଳ ମନ୍ତ୍ର । ପଶ୍ଚିମ ସହ ପୂର୍ବ ଭାରତର ବିକାଶ ଦିଗରେ କାମ କରୁଛନ୍ତି ସରକାର । ୧୯୭୫ରେ ୨ ପ୍ରତିଶତ ଟଏଲେଟ ଥିଲା ଆଜି ଶତପ୍ରତିଶତଙ୍କ ଘରେ ଟଏଲେଟ । ୨୦୧୪ରେ ୧୪ କୋଟି ଘରୋଇ ଗ୍ୟାସ ସଂଯୋଗ ଥିଲା, ମାତ୍ର ଆଜି ୨୯ କୋଟି ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।