ଲକଡାଉନକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ : ସଂକ୍ରମଣ ହାର କମ୍ ଥିବା ଜିଲ୍ଲାରେ କଟକଣା ସର୍ବାଧିକ କୋହଳ କରିବାକୁ ନିର୍ଦ୍ଦେଶ

ସଂକ୍ରମଣ ଅଧିକ ଥିଲେ ଜିଲ୍ଲାରେ କରାଯାଉ କଟକଣା କଡାକଡି

374

କନକ ବ୍ୟୁରୋ : ଲକଡାଉନକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ । ଜୁଲାଇ ମାସରେ କେମିତି ରହିବ କଟକଣା, ସେ ନେଇ ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ଏହି ଗାଇଡଲାଇନ ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତର ରହିବ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟ ଶାସନ ସଚିବଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କୁହାଯାଇଛି , ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମ୍ ରହୁଛି ସେଠାରେ କଟକଣାକୁ ସର୍ବାଧିକ କୋହଳ କରାଯାଉ । ଯେଉଁଠି ସଂକ୍ରମଣ ହାର ଅଧିକ ରହୁଛି ଓ ଅଧିକ ସଂଖ୍ୟାରେ ହସ୍ପିଟାଲ ବେଡ୍ରେ ରୋଗୀ ଅଛନ୍ତି, ସେଠାରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉ । ସଂକ୍ରମଣ ରୋକିବାକୁ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ କଟକଣା ଲାଗିଲେ ୧୪ ଦିନ ପର୍ଯ୍ୟନ୍ତ ବଳବତର ରଖିବାକୁ କୁହାଯାଇଛି ।

ଏଥିସହ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେବାକୁ କୁହାଯାଇଛି । ଏଥିସହ , ନିୟମିତ ଭାବେ କୋଭିଡ୍ ସ୍ଥିତିର ସମୀକ୍ଷା କରିବା ସହ କଂଟେନମେଂଟ ଓ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ , ଟ୍ରାକିଂ, ଟ୍ରିଟମେଂଟ , ଟିକାକରଣ ଓ କୋଭିଡ୍ କଟକଣା ମାନିବାକୁ କୁହାଯାଇଛି ।