ରଣବୀର କପୁର, ଅନୁଷ୍କା ଶର୍ମା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଏ ଦିଲ ହୈ ମୁସ୍କିଲ’ ପାଇଁ ଅଡୁଆ ତୁଟିବାର ନାଁ ଧରୁନାହିଁ । ଫିଲ୍ମରେ ରଣବୀର ଓ ଐଶ୍ୱର୍ଯ୍ୟାଙ୍କ କିଛି ଅନ୍ତରଙ୍ଗ ଦୃଶ୍ୟକୁ ହଟାଇ ଦେଇଛି ସେନସର ବୋର୍ଡ । ଏଥିରୁ ଜଣାପଡୁଛି ସେନସର ବୋର୍ଡ ଏହି ଫିଲ୍ମର ରିଲିଜ ଉପରେ ପୁରା ନଜର ରଖିଛି ।
ତେବେ ଶୁଣିବାକୁ ମିଳିଛି ଯେ ଏହି ଅନ୍ତରଙ୍ଗ ଦୃଶ୍ୟ ଭିତରୁ କିଛି ସିନ୍ ଟ୍ରେଲରରେ ବି ବ୍ୟବହାର ହୋଇଛି । ଫିଲ୍ମଟି ଅକ୍ଟୋବର ୨୮ରେ ମୁକ୍ତିଲାଭ କରିବାକୁ ଥିବା ବେଳେ ଏହି ଫିଲ୍ମକୁ ନେଇ କିଛି ଦିନ ଧରି ବିବାଦ ଲାଗିରହିଛି । ପାକିସ୍ତାନୀ କଳାକାର ଫୱାଦ୍ ଖାନ୍ ଏଥିରେ ଅଭିନୟ କରିଥିବାରୁ କିଛି ସିନେ ପ୍ରଶଂସକ ଏହି ଫିଲ୍ମର ରିଲିଜକୁ ବିରୋଧ କରୁଛନ୍ତି ।
ଏହା ସହ ଦେଖନ୍ତୁ : ‘ବ୍ରେକ୍ ଅପ୍’ରେ ଡ୍ୟାନ୍ସ କଲେ ରଣବୀର୍ ଓ ଅନୁଷ୍କା ! ରିଲିଜ୍ ହେଲା ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ’ର ଆଉ ଏକ ଗୀତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Ranbir_Kapoor_and_Aishwarya_Rai_Bachchan_in_a_steamy_still_from_Ae_Dil_Hai_Mushkil_99771b377e92db095e0320c434867a4d.jpg)