କନକ ବ୍ୟୁରୋ : ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ପୂର୍ବତଟ ରେଳ ଡିଭିଜନ ସରଲା ନିକଟରେ ବିଳମ୍ବିତ ରାତିରେ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି । ସିମେଣ୍ଟ ବୋଝେଇ ମାଲ ଗାଡିର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଫଳରେ ଦୁଇଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ୩ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି ।
ଝାରସୁଗୁଡ଼ା-ସମ୍ବଲପୁର ପାସେଞ୍ଜର ଓ ରାଉରକେଲା-ଭୁବନେଶ୍ୱର ଟ୍ରେନ୍ ବାତିଲ ହୋଇଛି । ସେହିପରି ରାଉରକେଲା-ଗୁଣପୁର ଏକ୍ସପ୍ରେସ୍, ଧାନବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଓ ପୁରୀ-ଇନ୍ଦୋର ଏକ୍ସପ୍ରେସ୍ର ଗତିପଥ ପରିବର୍ତନ କରାଯାଇଛି । ଏସବୁ ଟ୍ରେନ୍ ଝାରସୁଗୁଡ଼ାରୁ ସିଧା ସମ୍ବଲପୁର ମୁଖ୍ୟ ଷ୍ଟେସନ୍ ଦେଇ ତାଳଚେର ଲାଇକୁ ଯିବ ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/17-8.jpg)