କାଠୁଆ ଗଣଦୁଷ୍କର୍ମ ଉପରେ କରିନା କହିଲେ ମୁଁ ଲଜ୍ଜିତ! ଟ୍ରୋଲର୍ସ ଟ୍ରୋଲ କରି କହିଲେ ଆଗ ନିଜ ଉପରେ ଲାଜ କର ।

94

ଜାମ୍ମୁ-କାଶ୍ମୀରର କାଠୁଆ ଗ୍ରାମରେ ଆଠ ବର୍ଷର ଜଣେ ଝିଅ ପ୍ରତି ହୋଇଥିବା ଗଣବଳାତ୍କାର ଘଟଣାରେ ସମ୍ପୁର୍ଣ୍ଣ ଦେଶ ସ୍ତବ୍ଧ ହୋଇଥିବା ବେଳେ କିଏ କେଉଁ ଉପାୟରେ ନିଜର କ୍ରୋଧ ଜାହିର କରୁଛି । ଏହି ମାର୍ଗରେ ବଲିଉଡ୍ ସେଲେବ୍ରିଟି ମଧ୍ୟ ନିଜର କ୍ରୋଧ ପ୍ରଚାର ମାଧ୍ୟମରେ ଜାହିର କରିଛନ୍ତି । ଛୋଟ ଝିଅଟିକୁ ନ୍ୟାୟ ଦେବା ପାଇଁ ବଲିଉଡ୍ ଜଗତର ନାମୀଦାମୀ ସେଲେବ୍ରିଟି ସୋସିଆଲ ମିଡିଆରେ #JusticeForOurChild ନାମକ ଏକ କ୍ୟାମ୍ପେନ୍ ପ୍ରସ୍ତୁତ କରି ପ୍ରଚାର କରିଥିଲେ । ନିକଟରେ କରିନା କପୁର ଖାନ୍ ଏହି କ୍ୟାମ୍ପେନରେ ଜଡିତ ହୋଇ ଆଇ ଆମ୍ ହିନ୍ଦୁସ୍ଥାନ,ଆଇ ଆମ୍ ଆସେମଡର ନାରା ଦେବା ସହ ସୋସିଆଲ ସାଇଟରେ ନିଜ ଫଟୋ ସେୟାର କରିଥିଲେ । ଏହି ଫଟୋରେ ୟୁଜର୍ସ କରିନାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।
ଜଣେ ୟୁଜର କରିନାଙ୍କୁ ଟ୍ରୋଲ କରି ନିଜ ଉପରେ ଲାଜ କରିବା ପାଇଁ କହିଥିଲେ । ଜଣେ ହିନ୍ଦୁ ହୋଇ ସୁସଲମାନ ଅଭିନେତାଙ୍କୁ ବିବାହ କରିବା ଏବଂ ନିଜ ପୁଅର ନାଁ ମୁସଲିମ୍ କ୍ରୁର ଶାସକ ତେମୁର୍ ନାଁରେ ଦେବାକୁ ସେ କରିନାଙ୍କୁ ଧିକ୍କାର କରିଥିଲେ । ଏହି ଟ୍ୱିଟରର ଜବାବରେ କରିନାଙ୍କ ବନ୍ଧୁ ସ୍ୱରା ଭାସ୍କର ୟୁଜରଙ୍କୁ ଉତ୍ତରରେ କହିଥିଲେ ତୁମର ଅସ୍ତିତ୍ୱକୁ ନେଇ ତୁମକୁ ଲାଜ ଲାଗିବା କଥା, ଈଶ୍ୱର ତୁମକୁ ମସ୍ତିଷ୍କ ଦେଇଛନ୍ତି ଯେଉଁଥିରେ ତୁମେ ଘୃଣା ଭରି ରଖିଛ ।

ସୁଚନା ଅନୁସାରେ କାଠୁଆ ଗଣଦୁଷ୍କର୍ମ ଭଳି ଏକ ଜଘନ୍ୟ ହତ୍ୟାକାଣ୍ଡରୁ ଛୋଟ ଝିଅଟିକୁ ନ୍ୟାୟ ଦେବା ପାଇଁ ସମ୍ପୁର୍ଣ୍ଣ ବଲିଉଡ୍ “ଜଷ୍ଟିସ୍ ଫର ଆୱାର ଚାଇଲଡ୍” ନାମରେ ଏକ କ୍ୟାମ୍ପେନ୍ ବାହାର କରିଛି । ଯେଉଁଥିରେ ସେଲେବ୍ରିଟି ହାତରେ ପାମ୍ପଲେଟ୍ ଧରି ଦୋଷୀକୁ ଦଣ୍ଡ ଦେବା ପାଇଁ ଅପିଲ୍ କରୁଛନ୍ତି । ସୋନମ୍ କପୁର,ସ୍ୱରା ଭାଷ୍କର,କରିବା କପୁର ଖାନ୍,ସନ୍ନି ଲିଓନ,ହୁମା କ୍ୟୁରେସୀ,ରିଚା ଚଡ୍ଢ଼ା,ନେହା ଧୁପିଆ ସମେତ କିଛି ଟେଲି ସେଲେବ୍ରିଟି ମଧ୍ୟ ଏହି କ୍ୟାମ୍ପେନରେ ସ୍ୱର ଉତ୍ତୋଳନ କରୁଥିବା ନଜର ଆସୁଛନ୍ତି ।