ସର୍ଜିକାଲ ଷ୍ଟ୍ରାଇକର ସିଂହ ଥିଲେ ବିପିନ ରାୱତ: ନାଁ ଶୁଣି ଥରୁଥିଲେ ଶତ୍ରୁ ଦେଶ

229

କନକ ବ୍ୟୁରୋ: ବିପିନ ରାୱତ । ଭାରତର ସେ ଥିଲେ ବୀର ପୁଅ । ଆଉ କଥାରେ ଅଛି ବୀରଙ୍କ କେବେ ମୃତ୍ୟୁ ହୁଏନି, ସେମାନେ ସବୁବେଳେ ଅମର ହୋଇ ରହିଥାନ୍ତି । ହେଲିକପ୍ଟର ଦୁର୍ଘଟଣାରେ ବୀର ପୁଅ ବିପିନ ସିନା ଚାଲିଗଲେ ହେଲେ ପ୍ରତିଟି ଭାରତୀୟଙ୍କ ମନରେ ସେ ସବୁଦିନ ଅମର ହୋଇ ରହିବେ ।

ବିପିନ ରାୱତ ଥିଲେ ଭାରତ ପ୍ରଥମ ସିଡିଏସ । ସିଡିଏସ ଅର୍ଥ ଚିଫ ଅଫ ଡିଫେନ୍ସ ଷ୍ଟାଫ । ବିପିନ ରାୱତଙ୍କ ଜନ୍ମ ୧୬ ମାର୍ଚ୍ଚ ୧୯୫୮ ମସିହାରେ ଉତ୍ତରାଖଣ୍ଡରେ ହୋଇଥିଲା । ୧୯୭୮ ମସିହାରେ ବିପିନ ରାୱତ ଆର୍ମିରେ ଯୋଗ ଦେଇଥିଲେ । ୨୦୧୧ ସେ ଚୌଧୁରୀ ଚରଣ ସିଂ ୟୁନିଭରସିଟିରୁ ସେ ମିଲିଟ୍ରି ମିଡିଆରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ ।

ବିପିନ ରାୱତଙ୍କୁ ଆର୍ମିକୁ ଉଚ୍ଚତାରେ ଯୁଦ୍ଧ ଲଢିବା ଓ ପାଲଟା ଜବାବ ଦେବାର ଏକ୍ସପର୍ଟ ବୋଲି କୁହାଯାଏ । ୨୦୧୬ରେ ଉରିରେ ସେନା କ୍ୟାମ୍ପ ଉପରେ ଆକ୍ରମଣ ପରେ ସେତେବେଳର ଆର୍ମି ଚିଫ ରାୱତଙ୍କ ନେତୃତ୍ୱରେ ସେପ୍ଟେମ୍ବର ୨୯ ତାରିଖରେ ପାକିସ୍ତାନରେ ପଶି ଆତଙ୍କୀ ଶିବିର ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ ସେନା ।

ବିପିନ ରାୱତ ପ୍ରଥମେ କାଶ୍ମୀର ଘାଟିରେ ନ୍ୟାସନାଲ ରାଇଫଲରେ ବ୍ରିଗେଡିୟର ଓ ପରେ ମେଜର ଜେନେରାଲ ରୂପରେ ଦାୟିତ୍ୱ ସମ୍ଭାଳିଥିଲେ । ଆଉ ସେହି ସମୟରେ ଆତଙ୍କୀ ଦମନ ପାଇଁ ସେ ଅନେକ ପ୍ରୟାସ ମଧ୍ୟ କରିଥିଲେ ।

୨୦୧୫ ଜୁନ ମାସରେ ମଣିପୁରରେ ଆତଙ୍କୀ ଆକ୍ରମଣରେ ୧୮ ଜଣ ଆତଙ୍କୀ ସହିଦ ହୋଇଥିଲେ । ଏହାପରେ ୨୧ ପାରା କମାଣ୍ଡୋ ସୀମାରେ ଅନେକ ଆତଙ୍କୀଙ୍କୁ ନିହତ କରିଥିଲେ । ସେତେବେଳେ ଏହାର ନେତୃତ୍ୱ ସମ୍ଭାଳିଥିଲେ ବିପିନ ରାୱତ ।