ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ସିଡିପିଓଙ୍କ ଆକ୍ରମଣ ଅଭିଯୋଗ । ଥାନାରେ ଲିଖିତ ଅଭିଯୋଗ କଲେ ସୁପରଭାଇଜର ସୁବାସିନୀ

357

କନକ ବ୍ୟୁରୋ : ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ସିଡିପିଓଙ୍କ ଆକ୍ରମଣ ଅଭିଯୋଗ । ଏପରି ଅଭିଯୋଗ ହୋଇଛି ଯାଜପୁର ଜିଲ୍ଲା ବଡ଼ଚଣା ଆଇସିଡିଏସ ଅଫିସରେ । ଅଭିଯୋଗ ଅନୁଯାୟୀ ଗତକାଲି ଦିନ ୩ଟା ସମୟରେ ସୁପରଭାଇଜର ସୁବାସିନୀ ଅଫିସରେ ବସି କିଛି ସହ କର୍ମୀଙ୍କ ସହ ଆଲୋଚନା କରୁଥିଲେ । ଏହି ସମୟରେ ସିଡିପିଓ ଭଗବତୀ ଗୁରୁ ତାଙ୍କ ନିକଟକୁ ଆସି ଗାଳି ଗୁଲଜ କରିବା ସହ ଗୋଇଠା, ବିଧା ମାରିବା ସହ ତୁଟି ଟାଣି ତଳେ ପକାଇ ଦେବା ସହ କାର୍ଯ୍ୟାଳୟକୁ ନଆସିବାକୁ ତାଗିଦ କରିଥିଲେ । ଘଟଣା ସ୍ଥଳରେ ସୁବାସିନୀ ଚେତାଶୂନ୍ୟ ହୋଇପଡ଼ିଥିଲେ । ସଂଧ୍ୟାରେ ସୁବାସିନୀ ଏନେଇ ବଡ଼ଚଣା ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ମାମଲା ରୁଜୁ କରିଛି ।