ଜାଣିଶୁଣି  ଭଙ୍ଗାଯାଉଛି ମାଟ୍ରିକ ପରୀକ୍ଷାରେ ଲାଗିଥିବା ସିସିଟିଭି : ସମସ୍ତ ଡ଼ିଇଓମାନଙ୍କୁ ବୋର୍ଡ଼ ପରୀକ୍ଷା ନିୟନ୍ତ୍ରଣଙ୍କ ନୋଟିସ୍, ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ଆଦାୟ ହେବ ନଷ୍ଟ ହୋଇଥିବା ଉପକରଣର ଅର୍ଥ 

358

କନକ ବ୍ୟୁରୋ : ଜାଣିଶୁଣି ଭଙ୍ଗାଯାଉଛି ସିସିଟିଭି । ମାଟ୍ରିକ ପରୀକ୍ଷାରେ ଲାଗିଥିବା ସିସିଟିଭିକୁ ଜାଣିଶୁଣି  ନଷ୍ଟ କରାଯାଉଛି । ଆଗାମୀ ଦିନରେ ଅନ୍ୟ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିକୁ ନଷ୍ଟ କରାଯିବାର ଆଶଙ୍କା କରାଯାଉଥିବାରୁ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି  ।  ଏଭଳି ଘଟଣା ଘଟିଲେ ସ୍କୁଲ କର୍ତ୍ତୃପକ୍ଷ ଦାୟୀ ରହିବେ ।

କେବଳ ଏତିକି ନୁହେଁ  ସିସିଟିଭି ନଷ୍ଟ ହୋଇଥିବା ଉପକରଣର ସମସ୍ତ ଅର୍ଥ କ୍ଷତିପୂରଣ ଆକାରରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ଆଦାୟ କରାଯିବ । ଯେକୌଣସି ମତେ ସିସିଟିଭର ସୁଇଚ ବନ୍ଦ ଅଫ କରାଯିବ ନାହିଁ ବୋଲି  ଚିଠି ମଧ୍ୟରେ କୁହାଯାଇଛି । ଅନ୍ୟପଟେ ପରୀକ୍ଷାର୍ଥୀ  ଯଦି ଏଘଟଣାରେ ସମ୍ପୃକ୍ତ ଥାଆନ୍ତି ସେମାନଙ୍କ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଯିବ ନାହିଁ ।

ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଚ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ଉତ୍ତେଜନା ପ୍ରବଣ ‌କେନ୍ଦ୍ରଗୁଡ଼ିକରେ ଅଧିକ ପୁଲିସ ମୁତୟନ ସହ ପରୀକ୍ଷା କେନ୍ଦ୍ର ଚାରିପାଖରେ ଲୋକଙ୍କ ଭିଡ଼ ରୋକିବା ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଡ଼ାକଡ଼ି କରାଯାଇଛି ।  ପରୀକ୍ଷା କେନ୍ଦ୍ର, ନୋଡାଲ ସେଣ୍ଟର ଓ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ଶିକ୍ଷକମାନେ ମୋବାଇଲ୍‌ ନେଇପାରିବେ ନାହିଁ ବ୍ୟବସ୍ଥା କରାଯାଇଛି । ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି   । ତେବେ ରାଜ୍ୟର ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଭଙ୍ଗାଯିବାର ଦେଖିବାକୁ ମିଳିଛି । ଆଉ ଏଥିପାଇଁ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ।