ପୋଲିସ୍ ମାଡରେ ନୁହଁ ବରଂ ହୃଦଘାତରେ ହୋଇଥିଲା ଯୁବକଙ୍କ ମୃତ୍ୟୁ। ପଟ୍ଟାମୁଣ୍ଡାଇ ହାଜତ ମୃତ୍ୟୁ ମାମଲାରେ ନୂଆ ମୋଡ। ସିସିଟିଭିରେ କଏଦ ହୋଇଛି ମୃତ୍ୟୁ ବେଳର ଦୃଶ୍ୟ

ପୋଲିସ ମାରିଥିବା ଅଭିଯୋଗ କରି ଗଣ୍ଡଗୋଳ କରିଥିଲେ ସମ୍ପର୍କୀୟ

729

କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ହାଜତ ମୃତ୍ୟୁ ଘଟଣାର ସାମନାକୁ ଆସିଲା ସିସିଟିଭି ଫୁଟେଜ୍ । ଗତ  ୧୯ ତାରିଖ ଦିନ ପଟ୍ଟାମୁଣ୍ଡାଇ ହାଜତ ମୃତ୍ୟୁ ହୋଇଥିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍ ଏବେ ପଦାକୁ ଆସିଛି । ଏହି ଫୁଟେଜରେ ଦେଖାଯାଉଛି ହୋଇଥିବା ମୃତ୍ୟୁ ହୋଇଥିବା ସୁଶାନ୍ତ ବେହେରା ହାଜତ ଭିତରେ ବସିଥିବା ସମୟରେ ଅଚାନକ ତାଙ୍କ ଛାତିକୁ ଧରୁଛନ୍ତି । ତାପରେ ସେହି ସ୍ଥାନରେ ଟଳି ପଡୁଛନ୍ତି । ଏହା ଦେଖି ନିକଟରେ ଥିବା ପୋଲିସ ଓ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଡାକୁଛନ୍ତି । ଏବଂ ଅନ୍ୟ ପୋଲିସମାନେ ମଧ୍ୟ ଜମା ହେଉଛନ୍ତି ।

ଏହି ସିସିଟିଭି ଫୁଟେଜରୁ ସୁଶାନ୍ତଙ୍କର ପୋଲିସ ମାଡରେ ମୃତ୍ୟୁ ହୋଇ ନାହିଁ ବରଂ ହୃଦଘାତରେ ହୋଇଛି ବୋଲି ସ୍ପଷ୍ଟ ହୋଇଛି । ଗତ ୧୯ ତାରିଖରେ ଚୋରା ମଦ କାରବାର ଅଭିଯୋଗରେ ପଟ୍ଟାମୁଣ୍ଡାଇ ପୋଲିସ ସୁଶାନ୍ତଙ୍କୁ ଉଠାଇ ଆଣିଥିଲା । ଏବଂ ହାଜତରେ ତାଙ୍କ ମୃତ୍ୟୁ ହୋଇଥିବାରୁ ପୋଲିସ ତାଙ୍କୁ ମାରି ଦେଇଛି ବୋଲି ଅଭିଯୋଗ କରି ତମ୍ବି ତୋଫାନ କରିଥିଲେ ଗ୍ରାମବାସୀ । ରାସ୍ତା ସାରା ଥାନା ଭିତରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।