ଅସ୍ୱାଭାବିକ ଭାବେ ମାର୍କ ବଢାଇ ଦେଲେ ସ୍କୁଲ, ଖପ୍ପା ହେଲା ବୋର୍ଡ : ଗତକାଲି ସୁଦ୍ଧା ନୂଆ ମାର୍କ ଦାଖଲ କରିବାକୁ ନିର୍ଦ୍ଦେଶ

319

କନକ ବ୍ୟୁରୋ : ଅସ୍ୱାଭାବିକ ଭାବେ ମାର୍କ ବଢାଇ ଦେଲେ ସ୍କୁଲ, ଖପ୍ପା ହେଲା ବୋର୍ଡ । ସିବିଏସଇ ବୋର୍ଡ ଏବେ ଏକ ନୂଆ ସମସ୍ୟାରେ ପଡିଯାଇଛି । କରୋନା ମହାମାରୀ ଯୋଗୁଁ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ସମ୍ଭବ ନହେବାରୁ ସିବିଏସଇ ବୋର୍ଡର ଗାଇଡଲାଇନ ଅନୁସାରେ ସ୍କୁଲ ଗୁଡିକୁ ଛାତ୍ରଛାତ୍ରୀଙ୍କୁ ମାର୍କ ଦେବା ପାଇଁ ନିର୍ଦ୍ଦେଶ ଥିଲା । ତେବେ ସ୍କୁଲ ଗୁଡିକ ଗତବର୍ଷ ଅପେକ୍ଷା ଖୁବ୍ ଅଧିକ ମାର୍କ ଦେଇଥିବା ଦେଖାଯାଇଛି ।

୯୫ପ୍ରତିଶତରୁ ଅଧିକ ମାର୍କ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବାରୁ ଏହାକୁ ନେଇ ଆପତି ଉଠାଇଛି ବୋର୍ଡ । ପୁଣି ଥରେ ମାର୍କର ସମୀକ୍ଷା କରିବାକୁ ସ୍କୁଲ ଗୁଡିକୁ କୁହାଯାଇଛି । ଏପରିକି ଆସନ୍ତାକାଲି ସୁଦ୍ଧା ସଂଶୋଧିତ ମାର୍କ ଅପଲୋଡ କରିବା ପାଇଁ କୁହାଯାଇଛି । ପ୍ରଥମେ ଏଥିପାଇଁ ଜୁନ୍ ୩୦ ଯାଏଁ ସମୟ ଦିଆଯାଇଥିଲା । ହେଲେ ପିଲାଙ୍କ ମାର୍କରେ ତ୍ରୁଟି ଦେଖାଦେବା ପରେ ପୁଣି ଜୁଲାଇ ୫ତାରିଖ ଯାଏଁ ସମୟ ସୀମା ବୃଦ୍ଧି କରାଯାଇଥିଲା । ଏବେ ପୁଣି ଅସ୍ୱାଭାବିକ ମାର୍କକୁ ଦେଖି ଡେଡଲାଇନ ବଢାଇ ଦିଆଯାଇଛି ।