ଆସିଲା ସିବିଏସଇ ଦଶମ ପରୀକ୍ଷା ଫଳ : କରୋନା କାଳରେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶ ପାଇଲା ଫଳ

144

କନକ ବ୍ୟୁରୋ : ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଆଜି ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷା ଫଳ । ଦୁଇଟି ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇଛି । ସିବିଏସ୍ଇ ଡଟ୍ ଏନ୍ଆଇସ ଡଟ୍ ଇନ୍ ଓ ସିବିଏସ୍ଇ ଡଟ୍ ଜିଓଭି ଡଟ୍ ଇନରେ ରେଜଲ୍ଟ ଉପଲବ୍ଧ ହୋଇଛି । ଚଳିତ ବର୍ଷ ପାସ୍ ହାର ୯୯ଦଶମିକ ୪ପ୍ରତିଶତ ରହିଛି । ୨୦ଲକ୍ଷ ୭୬ ହଜାର ୯୯୭ପିଲା ପାସ୍ କରିଛନ୍ତି । ସେପଟେ ଭୁବନେଶ୍ୱର ଜୋନରେ ୯୯ ଦଶମିକ ୬୨ପ୍ରତିଶତ ପିଲା ପାସ୍ କରିଛନ୍ତି ।

ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ଯୋଗୁ ସିବିଏସ୍ଇ ଦଶମ ପରୀକ୍ଷା ହୋଇନଥିଲା । ପରୀକ୍ଷା ହେବ ନାହିଁ ବୋଲି ମେ’ ୪ ତାରିଖରେ ଘୋଷଣା କରାଯାଇଥିଲା । ପ୍ରଥମ ଥର ପାଇଁ ଅଗଷ୍ଟ ମାସରେ ସିବିଏସ୍ଇ ରେଜଲ୍ଟ ଘୋଷଣା କରାଯାଉଛି । ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ପାଇଛନ୍ତି । ପ୍ରି ବୋର୍ଡ ପରୀକ୍ଷା ରେଜଲ୍ଟ ହିସାବରେ ବିକଳ୍ପ ମୂଲ୍ୟାୟନ କରି ପରୀକ୍ଷା ଫଳ ପ୍ରକାଶ କରାଯାଉଛି ।