କନକ ବ୍ୟୁରୋ: ସିବିଆଇ ଓ ଇଡି ଜାଲରେ ଫଶିଛି ବିହାର ରାଜନୀତିର ହାଇପ୍ରୋଫାଇଲ ପରିବାର ଲାଲୁ ଯାଦବ ପରିବାର । ଲ୍ୟାଣ୍ଡ ଫର ଜବ୍ ସ୍କାମରେ ଯାଂଚ ଏଜେନ୍ସି ଏବେ ପୂରା ପରିବାରକୁ ଜେରା କରୁଛି ଓ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଛି । ଶୁକ୍ରବାର ଲାଲୁ ଓ ତାଙ୍କ ସମ୍ପର୍କୀୟଙ୍କ ୨୦ ଠିକଣାରେ ଇଡି ଚଢ଼ାଉ ହୋଇଥିଲା । ସେପଟେ ଶନିବାର ସିବିଆଇ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପୁଅ ତେଜସ୍ୱୀଙ୍କୁ ଜେରା ପାଇଁ ସମନ ପଠାଇଛି । ତେବେ ତେଜସ୍ୱୀ ଜେରା ପାଇଁ ହାଜର ହୋଇନଥିବା ଜଣାପଡିଛି ।ଇଡି ଓ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେପଟେ କଂଗ୍ରେସ କହିଛି ଚଢ଼ାଉ କରି ବିଜେପି ସରକାର ରାଜନୀତି ପ୍ରତିଶୋଧ ନେଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଇଡି ଓ ସିିବିଆଇ କାର୍ଯ୍ୟାନୁଷ୍ଠାନକୁ ନେଇ ଆକ୍ରୋଶିତ ହୋଇପଡିଛି ପୂରା ଯାଦବ ପରିବାର । ପରିବାର ଅଭିଯୋଗ କରି କହିଛି ଗର୍ଭବତୀ ରାଜଶ୍ରୀ ଇଡିର ଦୀର୍ଘଘଂଟା ଜେରା ଯୋଗୁଁ ଅସୁସ୍ଥ ହେବା ପରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତଦନ୍ତକାରୀ ସଂସ୍ଥା ଅନ୍ୟାୟ ଓ ଅତ୍ୟାଚାର କରୁଛି । ସମୟ ଆସିଲେ ଏହାର ଜବାବ ଦିଆଯିବ । ଟୁଇଟ କରି ମିଶା ଭାରତୀ ବିଜେପି, ସିବିଆଇ ଓ ଇଡି ଉପରେ ବର୍ଷିଛନ୍ତି ।ସେପଟେ ବିଜେପି କହିଛି ତଦନ୍ତକାରୀ ସଂସ୍ଥା ପ୍ରମାଣ ଆଧାରରେ ଆକ୍ସନ ନେଉଛି ।ଏଥିରେ ବିଚଳିତ ହୋଇପଡିଛି ଲାଲୁଙ୍କ ପରିବାର ଓ ସମ୍ପର୍କୀୟ ।
ଇଡିର ଚଢାଉ ସମୟରେ ଲାଲୁଙ୍କ ପୁଅ ଓ ଝିଅଙ୍କ ଠିକଣାରୁ ୨କେଜି ସୁନ, ବିଦେଶୀ ମୁଦ୍ରା, ଦାମୀ ଅଳଙ୍କାର, ଗୁୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି । ୨୦୦୯-୧୪ରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ଲ୍ୟାଣ୍ଡ ଫର ଜବ ସ୍କାମ ମାମଲା ସାମ୍ନାକୁ ଆସିଥିଲା ।