କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୁଣିଥରେ ଆକ୍ସନମୋଡକୁ ଆସିଛି ସିବିଆଇ । କିଛିଦିନର ନୀରବତା ପରେ ଆଜି ସିବିଆଇ ତରଫରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ଚଢାଉ କରିଛି । ଏହି କ୍ରମରେ ସିସୋଦିଆ କହିଛନ୍ତି କି, ପ୍ରଥମ ଚଢାଉ ବେଳେ ସିବିଆଇକୁ କିଛି ମିଳି ନଥିଲା ଓ ଏବେ ବି କିଛି ମିଳିବ ନାହିଁ ।

Advertisment

ସିବିଆଇ ଚଢାଉକୁ ନେଇ ସିସୋଦିଆ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଦାବି କରିଛନ୍ତି ଯେ ଆଜି ପୁଣି ସିବିଆଇ ତରଫରୁ ତାଙ୍କ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, ସିର୍ବିଆଇ ଯେତେ ସ୍ଥାନରେ ଚଢାଉ କଲେ ମଧ୍ୟ କିଛି ମିଳିବ ନାହିଁ, କାରଣ ମୋର କିଛି ଭୁଲ ନାହିଁ, ମୁଁ ଦିଲ୍ଲୀର ପିଲାମାନଙ୍କ ଶିକ୍ଷାପାଇଁ କାମ କରୁଛି ।

ସେପଟେ ସିସୋଦିଆଙ୍କ ଏହି ଟ୍ୱିଟର ଜବାବ ରଖିଛି ସିବିଆଇ । ସିବିଆଇ ତରଫରୁ କୁହାଯାଇଛି କି, ସିସୋଦିଆଙ୍କ କାର୍ଯ୍ୟାଳୟ ଉପରେ ଆଜି କୌଣସି ଚଢାଉ କରାଯାଇନାହିଁ । ହେଲେ ସିବିଆଇ ତରଫରୁ କୌଣସି ଅଧିକାରୀ ଏନେଇ ସୂଚନା ଦେଇ ନାହାଁନ୍ତି ।