ସାରା ଦେଶର ୧୧୦ଟି ସ୍ଥାନରେ ସିବିଆଇର ରେଡ୍ ! ୧୯ଟି ରାଜ୍ୟରେ ଜାରି ରହିଛି ଚଢାଉ ।

308

କନକ ବ୍ୟୁରୋ : କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ ବା ସିବିଆଇ ସାରା ଦେଶର ୧୧୦ଟି ସ୍ଥାନରେ ଆଜି ରେଡ କରିଛି । ୧୯ଟି ରାଜ୍ୟ ଓ ସବୁ କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ଏହି ଚଢ଼ାଉ କରାଯାଇଥିବାବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ସିବିଆଇ ଏହି ସମୟରେ ଭ୍ରଷ୍ଟାଚାର ଓ ଦୁର୍ନୀତି ସମ୍ବଦ୍ଧିତ ୨୦ଟି ମାମଲା ମଧ୍ୟ ରୁଜୁ କରିଛି ।

ଜୁଲାଇ ୨ ତାରିଖରେ ମଧ୍ୟ ସିବିଆଇ ପକ୍ଷରୁ ବ୍ୟାଙ୍କ ଋଣ ନେଇଥିବା ଖିଲାପକାରୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ କରାଯାଇଥିଲା । ସିବିଆଇ ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ପ୍ରାୟ ୫୦ଟି ସ୍ଥାନରେ ଚଢ଼ାଉ କରିଥିଲା । ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ୧୮ଟି ସହରରେ ଥିବା କମ୍ପାନୀ, ଠକ କମ୍ପାନୀର ନିର୍ଦ୍ଦେଶକ ଓ ବ୍ୟାଙ୍କ ଅଧିକାରୀଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା । ପାଖାପାଖି ୬୪୦ କୋଟି ଟଙ୍କାର ଚଢ଼ାଉ କରାଯାଇଥିବାବେଳେ ଦିଲ୍ଲୀ, ଚଣ୍ଡୀଗଡ଼, ମୁମ୍ବାଇ, ସୁରଟ ସହର ସାମିଲ ଥିଲା । ଆଜି ଦିଲ୍ଲୀ, ଚଣ୍ଡୀଗଡ଼, ଶ୍ରୀନଗର, ପୁଣେ, ଜୟପୁର, କାନପୁର, ରାୟପୁର, ହାଇଦ୍ରାବାଦ, କୋଲକାତା, ରାଉରକେଲା, ରାଞ୍ଚିରେ ଚଢ଼ାଉ କରାଯାଇଛି ।