ଶିଶୁ ପର୍ଣ୍ଣୋଗ୍ରାଫିକୁ ନେଇ ସିବିଆଇର ଅପରେସନ ମେଘଦୂତ। ୨୦ ରାଜ୍ୟର ୫୬ ସ୍ଥାନରେ ଚଢାଉ ଜାରି।

164

କନକ ବ୍ୟୁରୋ : ଶିଶୁ ପର୍ଣ୍ଣୋଗ୍ରାଫିକୁ ନେଇ ସିବିଆଇ ପକ୍ଷରୁ ସାରା ଦେଶରେ ଚଢାଉ ଜାରି ରହିଛି । ଅପରେସନ ମେଘଦୂତ ଜରିଆରେ ୨୦ ରାଜ୍ୟର ୫୬ଟି ସ୍ଥାନରେ ଚଢାଉ ହେଉଛି । ସିବିଆଇ ଶନିବାର ଏହିଭଳି କାମରେ ଲିପ୍ତ ଲୋକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଛି । କିଛି ଏହିଭଳି ଗ୍ୟାଙ୍ଗ ଚିହ୍ନଟ ହୋଇଛି ଯେଉଁମାନେ କେବଳ ଚାଇଲ୍ଡ ସେକ୍ସୁଆଲ ପର୍ଣ୍ଣୋଗ୍ରାଫି କରିନଥାନ୍ତି, ଶିଶୁଙ୍କୁ ଏହା ଦ୍ୱାରା ଶାରିରୀକ ଭାବେ ନିର୍ଯ୍ୟାତନା ମଧ୍ୟ ଦେଇଥାନ୍ତି ।

ସୂଚନା ଅନୁସାରେ ଅପରେସନ ମେଘଦୂତ ଅନୁସାରେ ଏହି ଭଳି କାମ କରୁଥିବା ଗ୍ୟାଙ୍ଗରେ ଦୁଇ ପ୍ରକାରର ଲୋକ ସାମିଲଥାନ୍ତି । ପ୍ରଥମଟି ଗ୍ରୁପ ତିଆରି କରିଥିବା ବେଳେ ଦ୍ୱିତୀୟଟି ବ୍ୟକ୍ତିଗତ ଭାବେ ଏହି ଭଳି କାମ କରିଥାନ୍ତି । ସିବିଆଇ ଇଣ୍ଟରପୋଲ ଜରିଆରେ ସିଙ୍ଗାପୁରରୁ ଏହି ତଥ୍ୟ ହାସଲ କରିଥିଲା । ଏହା ପରେ ଭାରତରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଗତ ବର୍ଷ ନଭେମ୍ବର ୧୬ରେ ସିବିଆଇ ଇଣ୍ଟରପୋଲ ସୂଚନା ଅନୁସାରେ ଅପରେସନ କାର୍ବନ ଆରମ୍ଭ ହୋଇଥିଲା । ଏହା ସେହି ଅପରେସନର ଦ୍ୱିତୀୟ ଭାଗ ।