ବିଲେଇ ପାଇଁ କିଛି ସମୟ ବନ୍ଦ ରହିଲା ଆଇପିଏଲ ମ୍ୟାଚ୍ । ଜାଣନ୍ତୁ କଣ ଥିଲା ପୂରା ଘଟଣା?

141

କନକ ବ୍ୟୁରୋ : ଆଇପିଏଲର ୬୦ତମ ମ୍ୟାଚରେ ବାଙ୍ଗାଲୋରକୁ ୫୪ ରନରେ ମାତ୍ ଦେଇଛି ପଞ୍ଜାବ । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବର ବିଶାଳ ବିଜୟ ଲକ୍ଷ୍ୟକୁ ହାସଲ କରିପାରିନଥିଲା ବାଙ୍ଗାଲୋର । ଆଉ ଏହି ପରାଜୟ ସହ ଗୁଜୁରାଟ ବିପକ୍ଷ ମ୍ୟାଚ୍ ବାଙ୍ଗାଲୋର ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ତେବେ ଗତକାଲି ଖେଳାଯାଇଥିବା ମ୍ୟାଚଟିରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସାଧାରଣତଃ କ୍ରିକେଟ ମ୍ୟାଚ୍ ମଝିରେ ପଡିଆ ମଧ୍ୟକୁ କୁକୁର ପଶିଥିବାର ଆମେ ଅନେକବାର ଦେଖିଛନ୍ତି । କିନ୍ତୁ ବାଙ୍ଗାଲୋର-ପଞ୍ଜାବ ମ୍ୟାଚରେ ଏକ ବିଲେଇକୁ ଦେଖିବାକୁ ମିଳିଥିଲା । ଆଉ ଉକ୍ତ ବିଲେଇଟି ସାଇଟ ସ୍କିନରେ ବସିଥିଲା । ଯେଉଁଥିପାଇଁ କିଛି ସେକେଣ୍ଡ ପାଇଁ ମ୍ୟାଚରେ ବାଧା ସୃଷ୍ଟି ହୋଇଥିଲା ।

ବାଙ୍ଗାଲୋର ବ୍ୟାଟିଂର ପ୍ରଥମ ଓଭରରେ ହିଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଉଭୟ ଡୁ-ପ୍ଲେସିସ ଓ କୋହଲି କ୍ରିଜରେ ଥିବା ବେଳେ ସାଇଟ ସ୍କ୍ରିନରେ ବସିଥିଲା ଏକ କଳା ବିଲେଇ । ସାଇଟ ସ୍କ୍ରିନର ପୂରା ସାମ୍ନାରେ ଏହି ବିଲେଇଟି ବସିଥିଲା । ଯାହାଫଳରେ ଡୁପ୍ଲେସିସଙ୍କୁ ଖେଳିବାରେ ଅସୁବିଧା ହୋଇଥିଲା । ଯାହା ବାବଦରେ ଅମ୍ପାୟରଙ୍କୁ ଅବଗତ କରିଥିଲେ ଡୁପ୍ଲେସିସ । ମ୍ୟାଚ୍ କିଛି ସେକେଣ୍ଡ ପାଇଁ ଅଟକିଥିଲା । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଉକ୍ତ ବିଲେଇଟି ସ୍କ୍ରିନରେ ସେମିତି ବସି ରହିଥିଲା । ତେବେ ଷ୍ଟାଡିୟମ କର୍ମଚାରୀ ବିଲେଇଟକୁ ଘଉଡାଇବା ପରେ ପୁଣିଥରେ ଆରମ୍ଭ ହୋଇଥିଲା ମ୍ୟାଚ୍ ।