କାଷ୍ଟିଂ କାଉଚ ଅଭିଯୋଗ ପ୍ରସଙ୍ଗ : ଆଜି କୋର୍ଟରେ ଶର୍ମିଷ୍ଠାଙ୍କ ବୟାନ ରେକର୍ଡ କରାଯିବ

23

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ୧୬୪ରେ ଶର୍ମିଷ୍ଠାଙ୍କ ବୟାନ ହେବ ରେକର୍ଡ । ଭୁବେନଶ୍ୱର କୋର୍ଟରେ ପହଚିିଂଲେ ଅଭିନେତ୍ରୀ ଶର୍ମିଷ୍ଠା । କୋର୍ଟରେ ଶର୍ମିଷ୍ଠାଙ୍କ ବୟାନ ରେକର୍ଡ କରାଯିବ ।୬ ଜଣ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ ଆଣିଛନ୍ତି କାଷ୍ଟିଂ କାଉଚ ଅଭିଯୋଗ । ଏପଟେ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ ପ୍ରଯୋଜିକା ବିନି ସାମଲ । ଉର୍ମି କମ୍ୟୁନିକେଶନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କାଷ୍ଟିଂ କାଉଚରେ ତାଂକ ଟିମରେ ଥିବା ଚଣ୍ଡି ପରିଜା ଓ ନିହାର ସମାଲଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ ବିନି ସାମଲଙ୍କ ବୟାନରେ କୌଣସି ପ୍ରମାଣ ନାହିଁ ଓ ଏହା ଭିତିହୀନ ବୋଲି କହିଛନ୍ତି ଶର୍ମିଷ୍ଠା । ଆଗରୁ କାହିଁକି ଅଭିଯୋଗ ଆଣୁନଥିଲେ ବୋଲି ପ୍ରଶ୍ନ କରିଛନ୍ତି ଶର୍ମିଷ୍ଠା । ତାଙ୍କୁ ଉର୍ମି କମ୍ୟୁନିକେଶନ ୪ ଲକ୍ଷ ବକେୟା ଟଙ୍କା ଦେଇନାହାନ୍ତି ବୋଲି କହିଛନ୍ତି ଶର୍ମିଷ୍ଠା । ବୟାନ ପରେ ପୋଲିସ ଘଟଣାର ତଦନ୍ତ କରିବ ଏବଂ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ଅଭିନେତ୍ରୀ ଶର୍ମିଷ୍ଠା ।