ମୋଦିଙ୍କ ଜାତିକୁ ନେଇ ରାଜନୀତି ଜୋର୍ ! ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

299

କନକ ବ୍ୟୁରୋ : ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଗୋଟିଏ ପଟେ ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ । ଅନ୍ୟପଟେ ୨୦୧୯ ନିର୍ବାଚନ ଜାତି ଉପରେ ଆସି କେନ୍ଦ୍ରିତ ହୋଇଯାଇଛି । କନୌଜର ରାଲିରେ ପ୍ରଧାନମନ୍ତ୍ରୀ ମୋଦି ନିଜକୁ ପଛୁଆ ନୁହେଁ, ଅତି ପଛୁଆ ବୋଲି କହିଥିଲେ । ଏହି ବୟାନ ପାଇଁ ବିରୋଧୀଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ମୋଦି । ବହୁଜନ ସମାଜବାଦି ପାର୍ଟ ଅଧ୍ୟକ୍ଷ ମାୟାବତୀ କହିଛି ପ୍ରଧାନମନ୍ତ୍ରୀ ପଛୁଆ ଜାତିର ନୁହଁନ୍ତି । କିନ୍ତୁ ଗୁଜରାଟରେ ନିଜ ସକରାର ସମୟରେ ନିଜ ଜାତିକୁ ପଛୁଆ ଜାତିରେ ସାମିଲ କରାଇ ଦେଇଥିଲେ ।

ଅନ୍ୟପଟେ ଆରଜେଡ଼ି ନେତା ତେଜସ୍ୱୀ ଯାଦବ ମଧ୍ୟ ମୋଦିଙ୍କ ଜାତିକୁ ନେଇ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ମୁଁ ପୂର୍ବରୁ କହିଛି ନିଜକୁ ଓବିସି କହିବା ପରେ ମୋଦି ନିଜକୁ ଅତି ପଛୁଆ ବର୍ଗର ବୋଲି କହିବେ । ଆଉ ତାହା ସତ ହେଲା । ତେଜସ୍ୱୀ କହିଛନ୍ତି ମୋଦି ପୂର୍ବରୁ ନିଜକୁ ଦଳିତ ବି କହିସାରିଛନ୍ତି । ମୋଦି ଯାହା କହିଲେ ବି ସେ ଜନ୍ମରୁ ଆଗୁଆ ଜାତିର । ହେଲେ କାଗତପତ୍ରରେ ସେ ଏବେ ପଛୁଆ ବର୍ଗ ଅନ୍ତର୍ଭୁକ୍ତ ।

ସେପଟେ କଂଗ୍ରେସ ନେତା ପି.ଚିଦାମ୍ବରମ୍ ମଧ୍ୟ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି,ପୂର୍ବରୁ ମୋଦି ନିଜକୁ ପଛୁଆ ବର୍ଗର ବୋଲି ପ୍ରଧାନମନ୍ତ୍ରୀ କହୁଥିଲେ, ଆଉ ଏବେ ସେ ପୁରା ପଛୁଆ ବର୍ଗର ହୋଇଗଲେ । ଜାତିକୁ ରାଜନୀତି ଗତକାଲି ମୋଦିଙ୍କ କନୌଜ ରାଲିରୁ ଆରମ୍ଭ ହୋଇଛି । ମୋଦି ଗତକାଲି କହିଥିଲେ, ମୁଁ ପଛୁଆ ନୁହଁ, ଅତି ପଛୁଆ ବର୍ଗ । ଆଉ ତା’ପର ଠାରୁ ଆରମ୍ଭ ହୋଇଯାଇଛି ଜାତି ରାଜନୀତି ।