ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ମିଳିବ ଜାତି ଓ ଅନ୍ୟାନ୍ୟ ପ୍ରମାଣପତ୍ର । ଖରାଛୁଟି ପୂର୍ବରୁ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ଜାତି, ଆବାସିକ ଓ ଆୟ ପ୍ରମାଣପତ୍ର

276

ଏଣିକି ସ୍କୁଲ ପିଲାଙ୍କୁ ସ୍କୁଲ ପରିସରରେ ମିଳିବ ଜାତି ଓ ଅନ୍ୟାନ୍ୟ ପ୍ରମାଣ ପତ୍ର । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ । ଦଶମ ଶ୍ରେଣୀ ପିଲାମାନେ ଯେପରି ସହଜରେ ଜାତି ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ପାଇପାରିବେ, ସେ ନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି ।
ସୂଚନା ଅନୁଯାୟୀ, ଖରାଦିନ ଛୁଟି ପୂର୍ବରୁ ପ୍ରତ୍ୟେକ ସ୍କୁଲରେ ସ୍ଥାନୀୟ ଆରଆଇ କ୍ୟାମ୍ପ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ । ପ୍ରମାଣପତ୍ର ଦେବା ବେଳେ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକ ଉପସ୍ଥିତ ରହିବେ । ସ୍କୁଲ ପରିସରରେ ଏସସି, ଏସଟି, ଏସଇବିସି, ଓବିସି ସାର୍ଟିଫିକେଟ୍ ସହ ରେସିଡେଂଟ ଓ ଇନକମ୍ ସାର୍ଟିଫିକେଟ୍ ଦେବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ରାଜସ୍ୱ ସଚିବ ।
ପୂର୍ବରୁ ଜାତି ପ୍ରମାଣ ପତ୍ର ବାହାର କରିବା ପାଇଁ ହେଲେ ଆରଆଇ ଏବଂ ତହସିଲ ଅଫିସର ଚକର କାଟିବାକୁ ପଡୁଥିଲା । ଆବେଦନ କରିବାର ଅନେକ ଦିନ ପରେ ପ୍ରମାଣପତ୍ର ଆସୁଥିଲା । କିନ୍ତୁ ଏବେ ଛାତ୍ରଛାତ୍ରୀଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ