ଠିକ ସମୟରେ ପଇଠ କରନ୍ତୁ ବିଜୁଳି ବିଲ୍ ! ମିଳିବ ୧୨୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍

36

ଆପଣ ବିଜୁଳି ବିଲ୍ ପଇଠ କରିବା ପାଇଁ ଯାଉଛନ୍ତି କି  ? ତେବେ ଟିକିଏ ରହିଯାଆନ୍ତୁ । ଜାଣ ନିଅନ୍ତୁ କିପରି ବିଜୁଳି ବିଲ୍ ପଇଠ କରିବାଦ୍ୱାରା ଆପଣଙ୍କୁ ମିଳିପାରିବ ଆକର୍ଷକ କ୍ୟାସବ୍ୟାକ୍ । ବିଏସଇସ୍ ଡିସ୍କାମ ବିୱାଇପିଏଏଲ ଓ ବିଆରପିଏଏଲ୍ ବିଦ୍ୟୁତ ଯୋଗାଣ କମ୍ପାନୀ ଦିଲ୍ଲୀରେ ନିଜର ପାଖାପାଖି ୪୦ ଲକ୍ଷ ଉପଭୋକ୍ତାଙ୍କ ପାଇଁ କ୍ୟାସବ୍ୟାକ୍ ଯୋଜନାର ଘୋଷଣା କରିଛନ୍ତି । ବିଏସଇଏସର ପ୍ରବକ୍ତା କହିଛନ୍ତି, ଏହି ଯୋଜନା ଅନୁସାରେ ଉପଭୋକ୍ତା ଠିକ୍ ସମୟରେ ମୋବାଇଲ ୱାଲେଟ୍ ଜରିଆରେ ବିଲ ପଇଠ କଲେ ୧୨,୦୦ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ ।

ଉଭୟ ବିଜୁଳି ବିତରଣ କମ୍ପାନୀକୁ ବିଏସଇଏସ୍ ପାୱର ଲି. ଓ ବିଏସଇଏସ୍ ୟମୁନା ପାୱାର ଲି. ଏହି ଯୋଜନା ପାଇଁ ମୋବିକ୍ୱିକ୍ କଥାବାର୍ତ୍ତା କରିଛନ୍ତି । ପ୍ରବକ୍ତା କହିଛନ୍ତି କ୍ୟାସବ୍ୟାକ୍ ଯୋଜନାକୁ ଲାଭ ଉଠାଇବା ପାଇଁ ଉପଭୋକ୍ତା ମୋବିକ୍ୱିକ୍ ୱେବସାଇଟ୍ କିମ୍ବା ମୋବାଇଲ ଆପରେ ହିଁ ବିଲ ପଇଠ କରିବା ପାଇଁ ପଡ଼ିବ । ଉପଭୋକ୍ତାଙ୍କୁ ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ୨୦୧୮ ପାଇଁ ବିଦ୍ୟୁତ୍ ବିଲ ସମୟରେ ପଇଠ କଲେ ୩୦୦ ଟଙ୍କା ମାସ ପ୍ରତି କ୍ୟାସବ୍ୟାକ୍ ମିଳିବ । ଅପ୍ରେଲର ବିଲ୍, ୩୧ ମାର୍ଚ୍ଚ ପୂର୍ବରୁ ପଇଠ କଲେ ଉପଭୋକ୍ତାଙ୍କୁ ୩୦୦ ଟଙ୍କାର ଅତିରିକ୍ତ କ୍ୟାସବ୍ୟାକ୍ ମିଳପାରିିବ ।